ଭାରତନାଟ୍ୟମରେ ରୋବଟର ଟ୍ରେନିଂ

ଭାରତନାଟ୍ୟମରେ ରୋବଟର ଟ୍ରେନିଂ
Ipsita Picture
By: Ipsita


ଭାରତୀୟ ନୃତ୍ୟଶୈଳୀ ଭାରତନାଟ୍ୟମ ସାରା ବିଶ୍ୱରେ ପରିଚିତ । ସବୁସ୍ଥାନରେ ଲୋକମାନେ ଏହି ନୃତ୍ୟକୁ ଖୁବ ଭଲପାଇବା ଦେଇଥାଆନ୍ତି । ନିକଟରେ ଏହି ନୃତ୍ୟଶୈଳୀର ବ୍ୟବହାର ରୋବଟକୁ ଟ୍ରେନିଂ ଦେବାପାଇଁ ହେଉଥିବା ଜଣା ପଡିଛି । ସୂଚନା ଅନୁସାରେ ଆମେରିକାର ମେରିଲାଣ୍ଡ ବିଶ୍ୱବିଦ୍ୟାଳୟରେ ଭାରତନାଟ୍ୟମ ଭଳି ପ୍ରାଚୀନ ନୃତ୍ୟଶୈଳୀକୁ ବ୍ୟବହାର କରି ରୋବଟଙ୍କୁ ପ୍ରଶିକ୍ଷଣ କରାଯାଉଛି । ଏହି ନୃତ୍ୟଶୈଳୀ କାରଣରୁ ଏହି ରୋବଟଙ୍କ ଶରୀରରେ ଫ୍ଲେକ୍ସିବିଲିଟି ବଢିବବୋଲି ବୈଜ୍ଞାନିକଙ୍କର ଆଶା ରହିଛି । ତେବେ ଏହାକୁ ଖୁବ ସତର୍କତାର ସହିତ ବ୍ୟବହାର କରାଯାଉଛି । ଅକ୍ଷରଗୁଡିକୁ ନୃତ୍ୟଶୈଳୀ ଭଳି ପ୍ରସ୍ତୁତ କରାଯାଉଛି, ଯେପରି ରୋବଟ ଖୁବ ସହଜରେ ଏହାକୁ ଶିଖି ପାରିବେ । ପାରମ୍ପରିକ ନୃତ୍ୟଶିଳ୍ପୀଙ୍କ ଆଙ୍ଗୁଠିରେ ମେସିନ ଲଗାଇ ସେମାନଙ୍କର ବିଭିନ୍ନ ନୃତ୍ୟଭଙ୍ଗୀକୁ ଟ୍ରାକ କରାଯାଇଥାଏ । ଯାହାକୁ ପରେ ରୋବଟଙ୍କ ସିଷ୍ଟମରେ ଲଗାଯାଇ ରୋବଟଙ୍କୁ ଟ୍ରେନିଂ ପ୍ରଦାନ କରାଯାଉଛି । ଏହି ଟ୍ରେନିଂ କାରଣରୁ ରୋବଟଙ୍କର ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ କରିବାରେ ଆହୁରି ସଠିକତା ଆସିବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି । ଏହି ଟ୍ରେନିଂ କାରଣରୁ ଆଗକୁ ରୋବଟମାନେ ରୋଷେଇ କରିବା, ଲୁଗା ସଫା କରିବା ଭଳି କାର୍ଯ୍ୟ ମଧ୍ୟ ସହଜରେ କରିପାରିବେ । ଆଗକୁ ଏହି ରୋବଟମାନେ ବିଭିନ୍ନ କ୍ଷେତ୍ରରେ ଉପଯୋଗୀ ହୋଇପାରିବେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ବିବାହ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ

Tags: