ବରଫରେ ଦୌଡିଲା ରୋବଟ

ବରଫରେ ଦୌଡିଲା ରୋବଟ
Ipsita Picture
By: Ipsita
Published On


ଆଣ୍ଟାର୍କଟିକାରେ ୨୪ ଜଣ ମଣିଷଙ୍କ ସାଙ୍ଗରେ ଏକ ରୋବଟ ଦୌଡୁଥିବାର ଦେଖିବାକୁ ମିଳିଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା  ହ୍ୟୁମାନଏଡ୍ ରୋବଟ୍ 'କେଷ୍ଟ୍ରେଲ୍' ମାଇନସ୍ ୨୪ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାରେ ମାତ୍ର ୩ କିଲୋମିଟର ଅତିକ୍ରମ କରିବା ପରେ ପ୍ରତିଯୋଗିତାରୁ ଓହରିଯାଇଥିଲା । ଅତ୍ୟଧିକ ଥଣ୍ଡା କାରଣରୁ ରୋବଟ୍‌ର ବ୍ୟାଟେରୀ କାମ କରିବା ବନ୍ଦ କରିଦେବାର ସମ୍ଭାବନା ରହିଥିଲା । ତେଣୁ 'ଆଣ୍ଟାର୍କଟିକ୍ ଆଇସ୍ ଅଲ୍‌ଟ୍ରା' ଅଧୀନରେ ଉଲ୍ଟିମା କ୍ୟାମ୍ପ ନିକଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଏହାକୁ ଜମାଟ ବାନ୍ଧୁଥିବା ପରିସ୍ଥିତିରୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଥର୍ମାଲ୍ ଜ୍ୟାକେଟ୍ ତିଆରି କରାଯାଇଥିଲା । ଅତ୍ୟଧିକ ଥଣ୍ଡା ପରିବେଶରେ ରୋବଟର କାର୍ଯ୍ୟଦକ୍ଷତା, ସହନଶୀଳତା ଏବଂ ବରଫପୂର୍ଣ୍ଣ ଭୂମିରେ ଚଳପ୍ରଚଳ କରିବାର କ୍ଷମତା ପରୀକ୍ଷା କରିବା ଏହି ରୋବଟ୍‌ର ଅଂଶଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଅନ୍ୟପଟେ, ବାକି ପ୍ରତିଯୋଗୀମାନେ ପ୍ରତିଯୋଗିତା ଜାରି ରଖିଥିବାବେଳେ ଚୀନ୍‌ର ଯୁଶେଙ୍ଗ୍ ନି ମାତ୍ର ୧୭ ଘଣ୍ଟାରୁ ଅଧିକ ସମୟ ମଧ୍ୟରେ ୧୦୦ ମାଇଲ୍ ଦୂରତା ଅତିକ୍ରମ କରି ନିଜର ପୂର୍ବର ରେକର୍ଡ ଭାଙ୍ଗିଥିଲେ । ଏହାସହ କାନାଡ଼ାର ଷ୍ଟେଫାନି କେସ୍ ଏହି ଦୌଡ଼ ଶେଷ କରିବାରେ ପ୍ରଥମ ମହିଳା ପାଲଟିଛନ୍ତି ।

Tags: