ବ୍ୟଡମିଣ୍ଟନ ଖେଳୁଛି ରୋବଟ

ବ୍ୟଡମିଣ୍ଟନ ଖେଳୁଛି ରୋବଟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଆସ ବୁଲିଯିବା

ଆଜିକାଲି ରୋବଟ ଅନେକ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ରୋବଟ ବ୍ୟଡମିଣ୍ଟନ ଖେଳୁଥିବାର ଦେଖିବାକୁ ମିଳୁଛି । ଚୀନର ଏହି ରୋବଟଟି ଖୁବ ଫୂର୍ତ୍ତି ଦେଖାଇ ବ୍ୟାଡମିଣ୍ଟନ ଖେଳୁଛି । ଏପରିକି ତାର ନାଁ ଏହି ଖେଳ ପାଇଁ ଗିନିଜ ରେକର୍ଡରେ ମଧ୍ୟ ସାମିଲ ହୋଇଛି । ଚୀନର ଟପ ଖେଳାଳୀଙ୍କ ସହିତ ଏହି ରୋବଟଟି ବିନା ଭୁଲରେ ଖୁବ ସହଜ ଓ ସରଳରେ ଖେଳୁଛି । କିଛି ଭୁଲ ନକରି ପାଖାପାଖି ୧୪୫୨ ଥର ଶଟଲକର୍କକୁ ଖେଳିଥିବାର ଜଣା ପଡିଛି । ଏହି ରୋବଟକୁ ଖୁବ ସ୍ବତନ୍ତ୍ରଭାବେ ଡିଜାଇନ କରାଯାଇଛି । ଯେଉଁ କାରଣରୁ ସେ ଏକ ପ୍ରଫେସନାଲ ଖେଳାଳୀଭାବେ ଖେଳି ପାରୁଛନ୍ତି । ଚୀନରେ ଖେଳାଯାଇଥିବା ଏହି ମ୍ୟାଚରେ ରୋବଟଟି ସବୁଠାରୁ ଅଧିକ କାଉଣ୍ଟର ହିଟ୍ସ ମାରି ବିଶ୍ବ ରେକର୍ଡରେ ନିଜ ନାଁକୁ ସାମିଲ କରିଛି ।

ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ

Tags: