ରୋବଟ ମାରାଥନ
ଚୀନ୍ରେ ଚଳିତ ମାସରେ ଏକ ନିଆରା ମାରାଥନ ଆୟୋଜିତ ହେବାକୁ ଯାଉଛି, ଯେଉଁଥିରେ ମଣିଷଙ୍କ ବଦଳରେ ୧୦୦ରୁ ଅଧିକ ରୋବୋଟ୍ ଦୌଡ଼ୁଥିବାର ନଜର ଆସିବେ । ବେଜିଂର ଇ-ଟାଉନ୍ ଅଞ୍ଚଳରେ ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ଏହି ୨୧ କିଲୋମିଟର ବିଶିଷ୍ଟ ଦୌଡ଼ ପ୍ରତିଯୋଗିତାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯେଉଁଥିରେ କିଛି ରୋବୋଟ୍ ସ୍ୱୟଂଚାଳିତ ଭାବେ ନିଜେ ରାସ୍ତା ଖୋଜିବେ ଏବଂ ଅନ୍ୟ କେତେକଙ୍କୁ ରିମୋଟ୍ କଣ୍ଟ୍ରୋଲ୍ ଜରିଆରେ ପରିଚାଳନା କରାଯିବ । ଏହି ରେସ୍ ପୂର୍ବରୁ ୭୦ଟି ଟିମ୍ ଦ୍ୱାରା କରାଯାଇଥିବା ଟ୍ରାଏଲ୍ ରନ୍ ସମୟରେ ରୋବୋଟ୍ମାନଙ୍କ ବ୍ୟାଟେରୀ ଶୀଘ୍ର ସରିଯିବା, ମୋଟର ଗରମ ହେବା ଏବଂ ନେଭିଗେସନ ଓ ନିୟନ୍ତ୍ରଣ ହରାଇବା ଭଳି ଅନେକ ସମସ୍ୟା ଦେଖାଦେଇଥିଲା । ଗତ ବର୍ଷ ଅନୁଷ୍ଠିତ ପ୍ରଥମ ରୋବୋଟ୍ ମାରାଥନରେ ୨୧ ମଧ୍ୟରୁ ମାତ୍ର ୬ଟି ରୋବୋଟ୍ ଶେଷ ସୀମା ବା ଫିନିସିଂ ଲାଇନ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଚଳିତ ବର୍ଷ ନିର୍ମାତାମାନେ ଏହି କାର୍ଯ୍ୟକ୍ରମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ରୋବଟମାନେ ଏଥର ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ସୋସିଆଲ ମିଡିଆରେ ଏହି ମାରାଥନର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।




