ରୋବଟ ନିର୍ମିତ ଷ୍ଟେସନ

ରୋବଟ ନିର୍ମିତ ଷ୍ଟେସନ
Ipsita Picture
By: Ipsita
Published On

 

ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଚୀନ୍ ସାରା ବିଶ୍ୱକୁ ପୁଣି ଥରେ ଚକିତ କରିଦେଇଛି, ଯାହାକି ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚୀନ୍ ଗସ୍ତରେ ଯାଇଥିବା ବିଶିଷ୍ଟ କୋଟିପତି ତଥା ଉଦ୍ୟୋଗୀ ଏଲନ୍ ମସ୍କ ନିଜର ସୋସିଆଲ ମିଡିଆ ଆକାଉଣ୍ଟ 'X' ରେ ଚୀନ୍ର ଏକ ମେଗା ପ୍ରୋଜେକ୍ଟର ଭିଡିଓ ସେୟାର କରିଛନ୍ତି। ଯାହା ଚୀନ୍ର "ଚୋଙ୍ଗକିଙ୍ଗ୍ ଇଷ୍ଟ ରେଳଷ୍ଟେସନ"ର ଅଟେ । ଏହି ଷ୍ଟେସନକୁ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ରେଳଷ୍ଟେସନ ବୋଲି କୁହାଯାଉଛି ଏବଂ ଏହାର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏତେ ବଡ଼ ବିଶାଳ ଭିତ୍ତିଭୂମିକୁ ମାତ୍ର ୩୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମଣିଷ ଅପେକ୍ଷା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଚାଳିତ ରୋବୋଟ୍ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦକ୍ଷିଣ-ପଶ୍ଚିମ ଚୀନ୍ର ପ୍ରସିଦ୍ଧ ଚୋଙ୍ଗକିଙ୍ଗ୍ ସହରରେ ନିର୍ମିତ ଏହି ରେଳଷ୍ଟେସନ ପ୍ରାୟ ୧୨.୨ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଚୋଙ୍ଗକିଙ୍ଗ୍ ହେଉଛି ସେହି ଆଧୁନିକ ତଥା ଚମତ୍କାର ସହର ଯେଉଁଠାରେ ମେଟ୍ରୋ ଟ୍ରେନ୍ଗୁଡ଼ିକ ସିଧାସଳଖ ଆପାର୍ଟମେଣ୍ଟ ବିଲ୍ଡିଂ ଏବଂ ବହୁତଳ ପ୍ରାସାଦ ମଧ୍ୟ ଦେଇ ଗତି କରୁଥିବାର ଦେଖାଯାଏ । ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ଏହି ମେଗା ଷ୍ଟେସନର ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟାରେ ସ୍ୱୟଂଚାଳିତ ମେସିନ୍ ଏବଂ ରୋବୋଟ୍ଙ୍କର ଏକ ସମ୍ପୂର୍ଣ୍ଣ ସେନା ନିୟୋଜିତ କରାଯାଇଥିଲା, ଯାହା ଦ୍ୱାରା ଅତି କମ୍ ସମୟ ମଧ୍ୟରେ କାମ ଶେଷ ହୋଇପାରିଛି ।

Tags: