ରୋବଟ୍ ଜିମ୍

ରୋବଟ୍ ଜିମ୍
Ipsita Picture
By: Ipsita
Published On

 

ଜର୍ମାନୀର ମୁନିଚ୍ ବିମାନବନ୍ଦର ନିକଟରେ ରୋବଟ୍‌ମାନଙ୍କୁ ମଣିଷ ଭଳି କାମ କରିବା ଶିଖାଇବା ପାଇଁ ଏକ ସ୍ୱତନ୍ତ୍ର 'ରୋବଟ୍ ଜିମ୍' ପ୍ରତିଷ୍ଠା କରାଯାଇଛି । ଯେଉଁଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୮ଟି ଟ୍ରେନିଂ ସେଲ୍ ମାଧ୍ୟମରେ ପ୍ରାୟ ୧୦୦ଟି ରୋବଟ୍‌ଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦିଆଯିବ। 'ଟେକ୍ନିକାଲ୍ ୟୁନିଭର୍ସିଟି ଅଫ୍ ମୁନିଚ୍ ' ଏବଂ ରୋବଟିକ୍ସ କମ୍ପାନୀ 'ନ୍ୟୁରା ରୋବଟିକ୍ସ'ର ମିଳିତ ସହଯୋଗରେ ଏହାକୁ ନିର୍ମାଣ କରାଯାଇଛି । ଏଠାରେ ରୋବଟ୍‌ମାନଙ୍କୁ କାଗଜ ବାକ୍ସ ଭାଙ୍ଗିବା, ମେସିନ୍ ପାର୍ଟସ୍ ଏକତ୍ର କରିବା ଏବଂ ଉପକରଣ ଚଳାଇବା ଭଳି କାମ ଶିଖାଯାଉଛି । ଏହାସହ ବାସ୍ତବ ଦୁନିଆର ପରିସ୍ଥିତିକୁ କୃତ୍ରିମ ଭାବେ ପ୍ରସ୍ତୁତ କରାଯାଇ ଉଚ୍ଚ - କ୍ଷମତା ସମ୍ପନ୍ନ କମ୍ପ୍ୟୁଟର ଜରିଆରେ ଏଆଇ ମଡେଲଗୁଡ଼ିକୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ ସମୟରେ ରୋବଟ୍‌ଙ୍କ ପ୍ରତ୍ୟେକ କାର୍ଯ୍ୟରୁ ବୃହତ ପରିମାଣର ତଥ୍ୟ ସଂଗ୍ରହ କରାଯାଉଛି । ଯାହାକି ଏଆଇ ମଡେଲକୁ ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ କରିବାରେ ସାହାଯ୍ୟ କରିବ ଏବଂ ବର୍ତ୍ତମାନ ଏହାର ମୁଖ୍ୟ ଫୋକସ୍ କାରଖାନା କାମ, ଲଜିଷ୍ଟିକ୍ସ ଓ ପରିବହନ କାର୍ଯ୍ୟ ଉପରେ ରହିଛି ।

Tags: