ରୋବଟ ଘୋଡା

ରୋବଟ ଘୋଡା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଡର ଚିହ୍ନୁଛି ଘୋଡା

ଜାପାନରେ ଅନେକ ସମୟରେ ବିଭିନ୍ନ ପ୍ରକାରର ରୋବଟ ଦେଖିବାକୁ ମିଳିଥାଏ ଯେଉଁଗୁଡିକଙ୍କର କିଛି ସ୍ବତନ୍ତ୍ରତା ରହିଥାଏ, ଯାହା ଏମାନଙ୍କୁ ଭିଡ ଭିତରେ ଅଲଗା କରିଥାଏ । ସେହିଭଳି ଏକ ରୋବଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଜାପାନର ଏରୋସ୍ପେସ କମ୍ପାନୀ କାୱାସାକି କୋରଲିୟା ନାମକ ଏକ ଚାରିଗୋଡ ଥିବା ରୋବଟ ସୃଷ୍ଟି କରିଛନ୍ତି । ଏହାକୁ ରୋବୋଟିକ ଘୋଡା ବୋଲି ସୋସିଆଲ ମିଡିଆରେ ସମ୍ଭୋଧନ କରାଯାଉଛି । ଏହାକୁ ପାହାଡ ଓ ଦୁର୍ଗମ ଅଞ୍ଚଳରେ ଅସଲ ଘୋଡା ଭଳି ମଣିଷ ବ୍ୟବାହର କରିବ । ଏପରିକି ଏହା ଉପରେ ମଣିଷ ବସି ଘୋଡା ଦୌଡ କରିବାରେ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ଅନେକ ଲୋକଙ୍କ ପାଇଁ ଖୁବ ଲାଭଦାୟକ ହେବ ଯେଉଁ ଅଞ୍ଚଳକୁ ସାଧାରଣ ଯାନବାହାନ ଯିବା ସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର କାଚ ବର୍ଷା ହେଉଥିବା ଗ୍ରହ

Tags: