ରୋବଟର ବିମାନ ଯାତ୍ରା

ରୋବଟର ବିମାନ ଯାତ୍ରା
Ipsita Picture
By: Ipsita
Published On

 

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ହ୍ୟୁମାନଏଡ୍ ରୋବୋଟ୍ଯାତ୍ରା କରୁଥିବା କାରଣରୁ ଏକ ବିମାନ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା । ବିବପ୍ନାମକ ଏହି ୪ ଫୁଟ ଲମ୍ବା ଏବଂ ୩୨ କିଲୋ ଓଜନର ରୋବୋଟ୍ ପାଇଁ ସ୍ୱତନ୍ତ୍ର ଭାବେ ଟିକେଟ୍ କିଣାଯାଇଥିଲା, କିନ୍ତୁ ବିମାନ ଭିତରେ ବସିବା ପରେ ସୁରକ୍ଷା ନିୟମକୁ ନେଇ ସମସ୍ୟା ଉପୁଜିଥିଲା । ପ୍ରଥମେ ରୋବୋଟକୁ ପାସେଞ୍ଜର କରିଡର ସିଟ୍ରେ ବସାଯାଇଥିଲା, ମାତ୍ର ପରେ ନିୟମ ଅନୁସାରେ ତାକୁ ୱିଣ୍ଡୋ ସିଟ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ବିମାନ କର୍ମଚାରୀମାନେ ରୋବୋଟର ବ୍ୟାଟେରୀ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ଏଥିରେ ଲାଗିଥିବା ଲିଥିୟମ୍ ବ୍ୟାଟେରୀ ଏୟାରଲାଇନ୍ସର ନିର୍ଦ୍ଧାରିତ ସୀମାଠାରୁ ବଡ଼ ଥିଲା । ଶେଷରେ ବ୍ୟାଟେରୀ ବାହାର କରାଯିବା ପରେ ହିଁ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଥିଲା । ଏଲିଟ୍ ଇଭେଣ୍ଟ ରୋବୋଟିକ୍ସକମ୍ପାନୀ ଦ୍ୱାରା ବ୍ୟବହୃତ ଏହି ରୋବୋଟକୁ କାଲିଫର୍ଣ୍ଣିଆର ଓକଲାଣ୍ଡରୁ ସାନ୍ ଡିଏଗୋ ନିଆଯାଉଥିଲା, ଯେଉଁଥିପାଇଁ ଅନ୍ୟ ସାଧାରଣ ଯାତ୍ରୀଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ।

Tags: