ମହିଳାଙ୍କୁ ଡରାଇ ରୋବଟ ଗିରଫ

ମହିଳାଙ୍କୁ ଡରାଇ ରୋବଟ ଗିରଫ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହାତ ଦେଖି ଚିହ୍ନି ହେବ ରୋଗ

ନିକଟରେ ଚୀନର ପୋଲିସ ଏକ ରୋବଟକୁ ଗିରଫ କରିଛି । ସୂଚନା ଅନୁସାରେ ଏହି ରୋବଟଟି ଜଣେ ମହିଳାଙ୍କୁ ଭୟଭୀତ କରାଇଥିଲା, ଯେଉଁକାରଣରୁ ରୋବଟକୁ ଗିରଫ କରାଯାଇଛି । ଘଟଣା ଅନୁସାରେ ଜଣେ ବୟସ୍କ ମହିଳା ଫୁଟପାଥରେ ଚାଲୁଥିବା ସମୟରେ ଫୋନ ଦେଖୁଥିଲେ । ହେଲେ ସେ ଯେତେବେଳେ ପଛକୁ ବୁଲି ଦେଖିଥିଲେ ସେହି ସମୟରେ ତାଙ୍କ ପଛପଟରେ ଏକ ରୋବଟ ଠିଆ ହୋଇଥିଲା । ରୋବଟଟି ତାଙ୍କର ଏତେ ପାଖରେ ଥିଲା କି ସେ ଏହା ଦେଖି ଡରିଯାଇଥିଲେ ଏବଂ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜଣା ପଡିବାପରେ ପୋଲିସ ତୁରନ୍ତ ଉକ୍ତ ରୋବଟକୁ ରୋକିବା ସହିତ ଗିରଫ ମଧ୍ୟ କରିଛି । ତେବେ ମଝି ରାସ୍ତାରେ କିଭଳି ରୋବଟଟି ପହଞ୍ଚିଲା ତାକୁ ନେଇ ତଦନ୍ତ କରାଯାଇଥିଲା । ଏହାପରେ ଜଣା ପଡିଥିଲା କି ରୋବଟଟି ଏକ ଏଜୁକେସନାଲ ସେଣ୍ଟରର ପ୍ରମୋସନ ପାଇଁ ବାହାରକୁ ବାହାରିଥିଲା, ଯାହାକୁ ରିମୋଟରେ ନିୟନ୍ତ୍ରଣ କରାଯାଉଥିଲା । ତଦନ୍ତ ପରେ ରୋବଟକୁ ଚେତାବନୀ ଦିଆଯାଇ ପୋଲିସ ଛାଡିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର ଫ୍ୟାଟି ଲିଭର ଚିକିତ୍ସାର ନୂଆ ଦିଗ

Tags: