ରୋବୋଟିକ ଟେଲି ସର୍ଜରୀ
ଭାରତରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବଢାଇବାକୁ ଏସଏସ୍ ଇନୋଭେସନ ନାମକ ଏକ କମ୍ପାନୀ ପ୍ରଥମଥର ପାଇଁ ଦେଶରେ ଟେଲି ରୋବୋଟିକ ସର୍ଜରୀୟୁନିଟର ଆରମ୍ଭ କରିଛି । ଏହିୟୁନିଟଟି ଏକ ବସ ଭଳି ହୋଇଛି । ଏହାକୁ ଯେଉଁ ଅଞ୍ଚଳରେ ଭଲ ଡାକ୍ତରଖାନା ନାହିଁ ସେହି ଅଞ୍ଚଳରେ ସର୍ଜରୀ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଗାଡିଟି ପ୍ରସ୍ତୁତ କରିବା ପାଇଁ ୧.୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ସମ୍ପୂର୍ଣ୍ଣଭାବେ ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି […]
ଭାରତରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବଢାଇବାକୁ ଏସଏସ୍ ଇନୋଭେସନ ନାମକ ଏକ କମ୍ପାନୀ ପ୍ରଥମଥର ପାଇଁ ଦେଶରେ ଟେଲି ରୋବୋଟିକ ସର୍ଜରୀୟୁନିଟର ଆରମ୍ଭ କରିଛି । ଏହିୟୁନିଟଟି ଏକ ବସ ଭଳି ହୋଇଛି । ଏହାକୁ ଯେଉଁ ଅଞ୍ଚଳରେ ଭଲ ଡାକ୍ତରଖାନା ନାହିଁ ସେହି ଅଞ୍ଚଳରେ ସର୍ଜରୀ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଗାଡିଟି ପ୍ରସ୍ତୁତ କରିବା ପାଇଁ ୧.୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ସମ୍ପୂର୍ଣ୍ଣଭାବେ ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଏଥିରେ ୫କେଭିଏର ଜେନେଟର ଓ ୩୮୦ ଲିଟରର ଫୁଏଲ ଟ୍ୟାଙ୍କ ରଖାଯାଇଛି । ଯାହାଫଳରେ କୌଣସି ଦୂରସ୍ଥାନକୁ ଗଲେ କୌଣସି ଅସୁବିଧା ହେଉନାହିଁ । ଏଥିରେ ହାଇ ସ୍ପିଡ ଟେଲିକମ୍ପ୍ୟୁନିକେସନ ସିଷ୍ଟମ ଅଛି, ଯେଉଁଥିରେ ଇଣ୍ଟରନେଟର ସାହାଯ୍ୟ ମଧ୍ୟ ନେଇହେଉଛି । ନିକଟରେ ଦୁଇଟି ସ୍ଥାନରେ ରୋବୋଟିକ ଟେଲିସର୍ଜରୀ ସଫଳତାର ସହିତ ଏହି ଗାଡି ସାହାଯ୍ୟରେ କରାଯାଇଛି । ଏହା ଲୋକଙ୍କ ପାଇଁ ଖୁବ ଲାଭ ଦାୟକ ବୋଲି ମତ ପ୍ରକାଶ ପାଇଛି ।




