ୟୁଏସ୍‌ ନିର୍ମାଣ କରୁଛି ସେଫ୍‌ ରୋବୋ

ଆଜିକାଲି ଦୁନିଆରେ ମନୁ୍ୟଷଙ୍କ କାର୍ଯ୍ୟ ସହଜ କରିବା ପାଇଁ ବିଭିନ୍ନ ଟେକ୍‌ନୋଲୋଜି କମ୍ପାନୀ ଏବେ ରୋବୋ ନିର୍ମାଣ କରୁଛନ୍ତି । ରୋବୋକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ ମଧ୍ୟ କରୁଛନ୍ତି । ସେହିଭଳି ୟୁଏସ୍‌ ନିକଟରେ ଏକ ରୋବୋ ନିର୍ମାଣ କରୁଛି , ଯିଏ ଅଳ୍ପ ମିନିଟ୍‌ ମଧ୍ୟରେ ବର୍ଗର ନିର୍ମାଣ କରି ଚର୍ଚ୍ଚା ସାଉଁଟୁଛି । ଏହା ବିଶ୍ୱର ପ୍ରଥମ ରୋବୋ ଯିଏ ବର୍ଗର ତିଆରି କରୁଛି । ୟୁଏସ୍‌ର ଏକ ଷ୍ଟାର୍ଟଅପ୍‌ ଏଭଳି ଏକ ରୋବ […]

Samaya Live Picture
Published On

ଆଜିକାଲି ଦୁନିଆରେ ମନୁ୍ୟଷଙ୍କ କାର୍ଯ୍ୟ ସହଜ କରିବା ପାଇଁ ବିଭିନ୍ନ ଟେକ୍‌ନୋଲୋଜି କମ୍ପାନୀ ଏବେ ରୋବୋ ନିର୍ମାଣ କରୁଛନ୍ତି । ରୋବୋକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ ମଧ୍ୟ କରୁଛନ୍ତି । ସେହିଭଳି ୟୁଏସ୍‌ ନିକଟରେ ଏକ ରୋବୋ ନିର୍ମାଣ କରୁଛି , ଯିଏ ଅଳ୍ପ ମିନିଟ୍‌ ମଧ୍ୟରେ ବର୍ଗର ନିର୍ମାଣ କରି ଚର୍ଚ୍ଚା ସାଉଁଟୁଛି । ଏହା ବିଶ୍ୱର ପ୍ରଥମ ରୋବୋ ଯିଏ ବର୍ଗର ତିଆରି କରୁଛି । ୟୁଏସ୍‌ର ଏକ ଷ୍ଟାର୍ଟଅପ୍‌ ଏଭଳି ଏକ ରୋବ ନିର୍ମାଣ କରିଛି ।
ୟୁଏସ୍‌ ନିର୍ମାଣ କରୁଛି ସେଫ୍‌ ରୋବୋ

ମାତ୍ର ୬ ମିନିଟ୍‌ରେ ଏକ ବର୍ଗରର ସମସ୍ତ ଛୋଟଛୋଟ ସାମଗ୍ରୀକୁ ଏକାଠି କରି ପରଷି ପାରୁଛି । ରୋବଟିକୁ ସମସ୍ତେ ‘ରୋବ ବର୍ଗର’ ଭାବେ ଜାଣୁଛନ୍ତି । ରୋବଟ୍‌ଟି ସେଇ ୬ଟି ଷ୍ଟେପ୍‌ ବ୍ୟବହାର କରି ଏହି ବର୍ଗରଟିକୁ ପ୍ରସ୍ତୁìତ କରୁଛି । ଜଣେ ସାଧାରଣ ମଣିଷ ଯେଉଁ ସବୁ ପ୍ରକ୍ରିୟା ଦ୍ୱାରା ବର୍ଗର ପ୍ରସ୍ତୁତ କରିଥାଏ ରୋବଟଟି ମଧ୍ୟ ସେଇ ସମସ୍ତ ପ୍ରକ୍ରିୟାକୁ ବ୍ୟବହାର କରୁଛି । ଏହା କେବଳ ଯେ ବର୍ଗର ପ୍ରସ୍ତୁତ କରୁଛି ତାହା ନୁହେଁ ଏହାର ନିଜସ୍ୱ ସଫା କରିବାର ପ୍ରକ୍ରିୟା ମଧ୍ୟ ରହିଛି । ଏହାର ଏକ ଭେଣ୍ଡିଂ ମେସିନ୍‌ ସ୍ଥାପନା କରାଯାଇଛି । ଆଗକୁ ଏହାକୁ ବିଭିନ୍ନ ସହର ସହିତ, ସ୍କୁଲ୍‌, କଲେଜ୍‌ରେ ସ୍ଥାପନା କରାଯିବ ବୋଲି ନିର୍ମାଣକାରୀ ସଂସ୍ଥା ସୂଚନା ଦେଇଛି ।