ଶୁଆ ଖୋଜିବାକୁ ୧ ଲକ୍ଷ ପୁରସ୍କାର

ଶୁଆ ଖୋଜିବାକୁ ୧ ଲକ୍ଷ ପୁରସ୍କାର
Ipsita Picture
By: Ipsita
Published On

 

ଗୁଜରାଟର ଭଦୋଦରା ସହରରେ ଏକ ନିଖୋଜ ଶୁଆକୁ ଖୋଜିବା ପାଇଁ ପରିବାର ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଚାରି ଦିନ ହେବ ଏହି ଆଫ୍ରିକୀୟ ଗ୍ରେ ସ୍ପେସିଜ୍‌ର ଶୁଆଟି ନିଖୋଜ ଥିବା ବେଳେ ପରିବାର ଲୋକେ ଆଖପାଖ ଅଞ୍ଚଳରେ ତାକୁ ନିରନ୍ତର ଖୋଜାଖୋଜି କରୁଛନ୍ତି । 'ଲଡ୍ଡୁ' ନାମକ ଏହି ୬ ମାସର ଆଫ୍ରିକୀୟ ଗ୍ରେ ଶୁଆକୁ ପରିବାର ପକ୍ଷରୁ ମୁମ୍ବାଇରୁ ୧.୧୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ତାଙ୍କର ଯତ୍ନ ନେଉଥିବା ଜେସିକା ପାରିଖ ତାଙ୍କୁ ନିଜ ପୁଅ ଭଳି ସ୍ନେହ କରୁଥିଲେ ଏବଂ ଶୁଆଟିକୁ ପାଳିବା ପାଇଁ ସେ ନିଜର ଏକ ପ୍ରାଇଭେଟ୍ ସ୍କୁଲ୍ ଚାକିରି ମଧ୍ୟ ଛାଡ଼ିଦେଇଥିଲେ । ଶୁଆଟିକୁ ଚିହ୍ନଟ କରିବାରେ ସାହାଯ୍ୟ ପାଇଁ ପରିବାର ପକ୍ଷରୁ କେତେକ ବିଶେଷ ଲକ୍ଷଣ ମଧ୍ୟ ଶେୟାର କରାଯାଇଛି । ଯେପରିକି ତା’ର ଗୋଟିଏ ଆଖି ନିକଟରେ କ୍ଷତ ଚିହ୍ନ, ଥଣ୍ଟରେ ଏକ ଦାଗ ଏବଂ ଗୋଟିଏ ଗୋଡ଼ରେ ମୁଦି ପିନ୍ଧାଯାଇଛି। ଲଡ୍ଡୁ ନିଖୋଜ ହେବା ପରଠାରୁ ଜେସିକା ଗଭୀର ମାନସିକ ଆଘାତରେ ଅଛନ୍ତି ଏବଂ ଲୋକମାନଙ୍କୁ ତାଙ୍କ ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି । କେହି କେହି ପୋଷା ଜୀବପ୍ରତି ଏପରି ଆବେଗକୁ ନେଇ ପରିହାସ କରିପାରନ୍ତି, ମାତ୍ର ଲଡ୍ଡୁ ତାଙ୍କ ପରିବାରର ଜଣେ ସଦସ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଘଟଣାଟି ବର୍ତ୍ତମାନ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

Tags: