ଗଭୀର ନିଦରେ ଶୋଇବାକୁ ପୁରସ୍କାର
ଜାପାନର ମ୍ୟାଟ୍ରେସ କମ୍ପାନୀ 'କୋଆଲା ସ୍ଲିପ୍ ' ଦ୍ୱାରା ଆୟୋଜିତ "ମ୍ୟାଟ୍ ରେସ୍" ପ୍ରତିଯୋଗିତାରେ ସବୁଠାରୁ ଗଭୀର ନିଦ୍ରାରେ ଶୋଇ ଜଣେ ମହିଳା ବିଜେତା ହୋଇଛନ୍ତି । ସୁଇମି ନାମ୍ନୀ ଉକ୍ତ ମହିଳା ୧୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ୯୦ ମିନିଟର ଏହି ପ୍ରତିଯୋଗିତାରେ ନିଦ୍ରା-ଟ୍ରାକିଂ ଉପକରଣ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ଗଭୀର ନିଦ୍ରାକୁ ମାପ କରାଯାଇଥିଲା । ଏହି ମାପ ପରେ ସୁଇମି ସବୁଠାରୁ ଶୀଘ୍ର ଏବଂ ଗଭୀର ନିଦ୍ରା ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଥିଲା । ଜାପାନରେ ନିଦ୍ରାହୀନତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାରୁ ଏଭଳି ପ୍ରତିଯୋଗିତାର ଆୟୋଜନ ହେଉଥିବା ଜଣାପଡିଛି । ସୋସିଆଲ ମିଡିଆରେ ଉକ୍ତ ପ୍ରତିଯୋଗିତାଟି ଖୁବ ଭାଇରାଲ ହେବାରେ ଲାଗିଛି ।
Tags:




