ଏକୁଟିଆ ରହିବାକୁ ପଇସା

ଏକୁଟିଆ ରହିବାକୁ ପଇସା
Ipsita Picture
By: Ipsita


ନିକଟରେ ଏକ ପ୍ରତିଯୋଗିତା ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ସୂଚନା ଅନୁସାରେ ୧୦୦ ଦିନ ଏକୁଟିଆ ରହିଲେ ୨୪ ଲକ୍ଷ ଟଙ୍କାର ପୁରସ୍କାର ମିଳୁଛି । ଜର୍ମାନରେ ଏଭଳି ୬ଜଣଙ୍କୁ ଖୋଜାଯାଉଛି ଯେଉଁମାନେ ଏହି ଦୁନିଆରୁ ବାହାରେ ୧୦୦ ଦିନ ଯାଏଁ ଏକୁଟିଆ ରହିବା । ସେମାନଙ୍କୁ ଏହି ରହଣି ବଦଳରେ ୨୪ ଲକ୍ଷ ଟଙ୍କା ମିଳିବ । ଜର୍ମାନର ଏରୋସ୍ପେସ ସେଣ୍ଟର ଓୟୁରୋପିଆନ ସ୍ପେସ ଏଜେନ୍ସି ମିଳିତଭାବେ କିଛି ପରୀକ୍ଷଣ କରିବାକୁ ଯାଉଥିବା ସୂଚନା ରହିଛି । ଏହାର ଆରମ୍ଭ ୨୦୨୬ରେ ହେବ ଯାହା ପାଖାପାଖି ୧୨୬ ଦିନ ଧରି ଚାଲିବ । ତେବେ ଏଠାକୁ ଯେଉଁମାନେ ଯିବେ ସେମାନେ ପୁରାପୁରି ଜଣେ ମହାକାଶଚାରୀ ଭଳି ଚଳିବାକୁ ହେବ । ପ୍ରତିଦିନ ବ୍ୟାୟାମ, ସଫାସୁତରା କାମ କରିବାକୁ ହେବ । ଏହି ମିଶନ ଅର୍ଥ ବନ୍ଦ ହୋଇ ଅଧିକ ଦିନ ରହିବା ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାକ କିଭଳି ପ୍ରଭାବ ପଡୁଛି । ତେବେ ଏଥିରେ ଭାଗ ନେବାକୁ ହେଲେ କିଛି ଗାଇଡ ଲାଇନ୍ସ ମାନିବାକୁ ହେବ । ପ୍ରତିଯୋଗୀଙ୍କୁ ହାଇସ୍କୁଲ ପାସ କରିବାର ଆବଶ୍ୟକତା ରହିଛି ଏହାସହ ଶାରିରୀକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ଦରକାର । ବୟସ ୨୫ ରୁ ୫୫ ବର୍ଷ ଭିତରେ ହେବା ଆବଶ୍ୟକ ।

Read More ମଣିଷଙ୍କୁ ଗାଧୋଇବ ଓ୍ୱାସିଂ ମେସିନ

Tags: