ଭଲ ନିଦ ପାଇଁ ପୁରସ୍କାର

ଭଲ ନିଦ ପାଇଁ ପୁରସ୍କାର
Ipsita Picture
By: Ipsita
Published On

 

ଚୀନ୍ର ଶାଙ୍ଘାଇ ସହର ଅନ୍ତର୍ଗତ ଚୋଙ୍ଗମିଙ୍ଗ ଦ୍ଵୀପର ଏକ ଜଙ୍ଗଲରେ ସ୍ଲିପ୍ ଇନ୍ ଫରେଷ୍ଟ’  ନାମକ ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହେଉଛି । ଯେଉଁଠାରେ ଶାନ୍ତିରେ ଶୋଇଲେ ମଧ୍ୟ ମିଳୁଛି ଆକର୍ଷଣୀୟ ନଗଦ ପୁରସ୍କାର। ସହରର ବ୍ୟସ୍ତବହୁଳ ଜୀବନଶୈଳୀରୁ ମୁକ୍ତି ଦେବା ଏବଂ ମାନସିକ ଚାପ ହ୍ରାସ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଖେଳରେ କେବଳ ଭଲ ନିଦ ଶୋଇ ବିଜେତା ହେବାର ସୁଯୋଗ ରହିଛି । ବିଶେଷ ମେସିନ୍ ସାହାଯ୍ୟରେ ପ୍ରତିଯୋଗୀ କେତେ ଶୀଘ୍ର ଶୋଇଲେ ଏବଂ ତାଙ୍କ ନିଦ କେତେ ଗଭୀର ଥିଲା, ତାହାର ସ୍ଲିପ୍ ସ୍କୋରଆଧାରରେ ବିଜେତା ଚୟନ କରାଯାଉଛି । ଏହି ପ୍ରତିଯୋଗିତାରେ ସବୁଠାରୁ ଭଲ ନିଦପାଇଁ ପ୍ରାୟ ୩୫,୦୦୦ ଟଙ୍କା ଏବଂ ସବୁଠାରୁ ଶୀଘ୍ର ଶୋଇଥିବାବ୍ୟକ୍ତିଙ୍କୁ ୨୩,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଛି, ଯାହା ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହି ପ୍ରତିଯୋଗିତାର ଖୁବ ପ୍ରଶଂସା କରାଯାଉଛି ।

Tags: