ରିଭର୍ସ ୱାଟରଫଲ୍‌

ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ଆଚମ୍ବିତ କରିଥାଏ । ସେହିଭଳି ଏକ ସ୍ଥାନ ହେଲା ଭାରତର ମହାରାଷ୍ଟ୍ରର ନେନ୍‌ଘାଟ ୱାଟରଫଲ୍‌ । ଏହା ରିଭର୍ସ ବା ଓଲଟା ୱାଟରଫଲ୍‌ ଭାବେ ବିଶ୍ୱରେ ପରିଚିତ । ଏହି ୱାଟରଫଲ୍‌ରେ ପାଣି ଓଲଟା ପ୍ରବାହିତ ହୋଇଥାଏ । ଏହି ୱାଟରଫଲ୍‌ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳୁଛି ପବନର ବେଗ ଏତେ ଅଧିକ ରହିଛି ଯେ ପାଣି […]

Samaya Live Picture
Published On

ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ଆଚମ୍ବିତ କରିଥାଏ । ସେହିଭଳି ଏକ ସ୍ଥାନ ହେଲା ଭାରତର ମହାରାଷ୍ଟ୍ରର ନେନ୍‌ଘାଟ ୱାଟରଫଲ୍‌ । ଏହା ରିଭର୍ସ ବା ଓଲଟା ୱାଟରଫଲ୍‌ ଭାବେ ବିଶ୍ୱରେ ପରିଚିତ । ଏହି ୱାଟରଫଲ୍‌ରେ ପାଣି ଓଲଟା ପ୍ରବାହିତ ହୋଇଥାଏ । ଏହି ୱାଟରଫଲ୍‌ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳୁଛି ପବନର ବେଗ ଏତେ ଅଧିକ ରହିଛି ଯେ ପାଣି ତଳକୁ ପଡିବା ପରିବର୍ତ୍ତେ ଉପରକୁ ଉଠୁଛି । ଦୃଶ୍ୟଟି ଦେଖିବାକୁ ଖୁବ ସୁନ୍ଦର ହୋଇଛି । ୟୁଜର୍ସମାନେ ଏହାକୁ ବହୁଳମାତ୍ରାରେ ଲାଇକ୍‌ ସେୟାର କରିବାରେ ଲାଗିଛନ୍ତି । ଏହା ବିଷୟରେ ଖୁବ କମ ଲୋକ ଜାଣିଥାଆନ୍ତି, ବର୍ତ୍ତମାନ ଏହି ଭିଡିଓ କାରଣରୁ ଅନେକ ଲୋକ ଏହା ବିଷୟରେ ଜାଣିବା ସହିତ ଏହା ଖୁବ ଭଲ ଯାଗା ବୋଲି କମେଣ୍ଟରେ ମତ ଦେଇଛନ୍ତି ।

Tags: