ରାଜନୀତି ପାଇଁ ସିନେମାରୁ ସନ୍ୟାସ
୨ ଫେବୃଆରୀ ୨୦୨୪ରେ ବିଜୟ ତାଙ୍କର ରାଜନୈତିକ ଦଳ "ତାମିଲଗା ଭେଟ୍ରି କାଝାଗାମ" ବା ଟିଭିକେର ପ୍ରତିଷ୍ଠା କରିଥିଲେ । ଦଳର ନାଁର ଅର୍ଥ ତାମିଲନାଡୁ ବିଜୟ ସଂଗଠନ । ତେବେ ଜୀବନର ଗୋଟିଏ ନୂଆ ଇନିଂ ଆରମ୍ଭ କରିବା ପାଇଁ ଆଉ ଏକ କ୍ୟାରିୟରରୁ ବିଦାୟ ନେଇଥିଲେ ବିଜୟ । ସେ ନିଜର ନୂଆ ରାଜନୈତିକ ଦଳ ଘୋଷଣା ସହିତ ସିନେମାରୁ ସନ୍ୟାଷ ମଧ୍ୟ ଘୋଷଣା କରିଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ଜାନା ନାୟଗନ । ତେବେ ଏହି ଘୋଷଣା ପ୍ରଥମେ ତାଙ୍କ ଫ୍ୟାନଙ୍କୁ କଷ୍ଟ ଦେଇଥିଲା । ହେଲେ ପରେ ବିଜୟଙ୍କର ନୂଆ ଇନିଂସ ବା ରାଜନୈତିକ କ୍ୟାରିୟରକୁ ନେଇ ସମସ୍ତେ ଆଶାବାଦୀ ହେବାସହ ଖୁସି ମଧ୍ୟ ହୋଇଥିଲେ । ତେବେ ୨୦୦୯ରେ ବିଜୟ ନିଜ ଫ୍ୟାନ୍ କ୍ଲବଗୁଡ଼ିକୁ ଏକାଠି କରି ମକ୍କଲ ଆୟକ୍କମ ନାମରେ ଏକ ସଂଗଠନ ଗଢ଼ିଥିଲେ । ଏହି ସଂଗଠନ ୨୦୨୨ରେ ତାମିଲନାଡୁର ୯ଟି ଜିଲ୍ଲାରେ ମୋଟ ୧୬୯ଟି ଆସନରେ ସ୍ଥାନୀୟ ନିର୍ବାଚନ ଲଢ଼ିଥିଲା ଏବଂ ସେଥିମଧ୍ୟରୁ ୧୧୫ଟି ଆସନରେ ବିଜୟ ହାସଲ କରିଥିଲା । ଏହା ତାଙ୍କର ଅନପୌଚାରିକ ରାଜନୈତିକ ଶୁଭାରମ୍ଭ ଥିଲା । ତେବେ ୨୦୨୪ରେ ସେ ସମ୍ପୂର୍ଣ୍ଣଭାବେ ନିଜର ସିନେମା କ୍ୟାରିୟରୁ ସନ୍ୟାସ ନେଇ ନିଜର ଦଳ ଟିଭିକେର ପ୍ରତିଷ୍ଠା କରିଥିଲେ । ଯାହାପରେ ୨୦୨୬ରେ ପ୍ରତ୍ୟେକ୍ଷ ଭାବେ ରାଜନୀତି ମଇଦାନକୁ ଓହ୍ଲାଇ ନିର୍ବାଚନ ଲଢିଥିଲେ ଏବଂ ବିପୁଳ ମାତ୍ରାରେ ଜିତିଥିଲେ । ତେବେ ଏହି ନିର୍ବାଚନରେ ବିଜୟଙ୍କୁ ବହୁମତ ନମିଳିବାରୁ ତାଙ୍କୁ ଅନ୍ୟ ଦଳ ଉପରେ କିଛି ମାତ୍ରାରେ ନିର୍ଭର କରିବାକୁ ପଡିଛି ।




