ବୁଢିଆଣି ବସା ହେଉଥିଲେ
ଘରେ ବୁଢିଆଣି ବସା ହେବା ଅତ୍ୟନ୍ତ ସାଧାରଣ କଥା । ଦୀର୍ଘ ଦିନ ଧରି ଘର ସଫା ନକଲେ ବୁଢିଆଣିମାନେ ଘର କୋଣରେ ବସା ବାନ୍ଧିଦିଅନ୍ତି । ମାତ୍ର ବୁଢିଆଣି କାମୁଡିବା ଦ୍ୱାରା ଅନେକ କଷ୍ଟ ହୋଇଥାଏ । ଏ କ୍ଷେତ୍ରରେ ଚିକିତ୍ସା କରାଇବା ସତ୍ୱେ ଆମ ଶରୀର ସ୍ୱଭାବିକ୍ ହେବା ପାଇଁ ଅନେକ ଦିନ ଲାଗିଯାଏ । ଯାହାଫଳରେ ଆମେ ସେଗୁଡିକୁ ଘରୁ ହଟାଇବାକୁ ଚାହୁଁ । ଅନେକ ପରିଶ୍ରମ କରିବା ପରେ ବି ଆମେ […]
ଘରେ ବୁଢିଆଣି ବସା ହେବା ଅତ୍ୟନ୍ତ ସାଧାରଣ କଥା । ଦୀର୍ଘ ଦିନ ଧରି ଘର ସଫା ନକଲେ ବୁଢିଆଣିମାନେ ଘର କୋଣରେ ବସା ବାନ୍ଧିଦିଅନ୍ତି । ମାତ୍ର ବୁଢିଆଣି କାମୁଡିବା ଦ୍ୱାରା ଅନେକ କଷ୍ଟ ହୋଇଥାଏ । ଏ କ୍ଷେତ୍ରରେ ଚିକିତ୍ସା କରାଇବା ସତ୍ୱେ ଆମ ଶରୀର ସ୍ୱଭାବିକ୍ ହେବା ପାଇଁ ଅନେକ ଦିନ ଲାଗିଯାଏ । ଯାହାଫଳରେ ଆମେ ସେଗୁଡିକୁ ଘରୁ ହଟାଇବାକୁ ଚାହୁଁ । ଅନେକ ପରିଶ୍ରମ କରିବା ପରେ ବି ଆମେ ହଟାଇପାରୁ ନାହିଁ ଏବଂ ସେମାନେ ପୁନଶ୍ଚ ବସା କରିଦିଅନ୍ତି । ତେବେ ଏହାକୁ ଦୂରେଇବାକୁ ଚାହୁଁଥିଲେ କିଛି ବିଶେଷ ଟିପ୍ସ ଉପରେ ଧ୍ୟାନ ଦେବାକୁ ହେବ ।
-ବୁଢିଆଣି ବସାକୁ ହଟାଇବା ପାଇଁ ସାଧାରଣତଃ ଆମେ କାଗଜର ଉପଯୋଗ କରିଥାଉ । କାଗଜଖଣ୍ଡ ସାହାଯ୍ୟରେ ଆମେ ସେଗୁଡିକୁ ବାହାରେ ଫୋପାଡିବା ପାଇଁ ଚାହୁଁ । ମାତ୍ର ଏହା ପରିବର୍ତ୍ତେ ଆପଣ ସ୍ପାଇଡର ଗ୍ରାବର୍ର ବ୍ୟବହାର କରିପାରିବେ । ଏଥିରେ ହାଲକା ବ୍ରସ୍ ଥାଏ, ଯାହା ସାହାଯ୍ୟରେ ଖୁବ୍ ସହଜରେ ଆମେ ବୁଢିଆଣିକୁ ଧରିପାରିବା ।
-ବିଶେଷଜ୍ଞଙ୍କ ସୂଚନା ମୁତାବକ ବୁଢିଆଣିଗୁଡିକୁ ଚକ୍ର ସ୍ୱାଦ ଭଲ ଲାଗିନଥାଏ । ତେଣୁ ଖଟ ଓ ଝରକା ଚାରିପଟେ କିମ୍ବା କବାଟ ପାଖରେ ଚକ୍ରେ ଗାର ଟାଣନ୍ତୁ । ଏହାଦ୍ୱାରା ଏକ ନେ ସ୍ପାଇଡର୍ ଜୋନ୍ ପ୍ରସ୍ତୁତ ହେବ ଏବଂ ବୁଢିଆଣି ଏହି ଗାରକୁ ପାରି କରିପାରିବେ ନାହିଁ ।
-ବୁଢିଆଣିକୁ ଲାଭେଣ୍ଡର ବାସ୍ନା ମଧ୍ୟ ଭଲ ଲାଗେନାହିଁ । ଆପଣ ଏହାର ଫୁଲକୁ ଝରକା, କବାଟ ପାଖରେ ଟଙ୍ଗାଇପାରିବେ । ନଚେତ୍ ଏହାର ରୁମ୍ ଫ୍ରେସନର ଆଣି ମଧ୍ୟ ଘରେ ପକାଇପାରିବେ । ଯାହାଫଳରେ ଘରୁ ବୁଢିଆଣିଗୁଡିକ ଦୂରେଇ ଯିବେ ।
-ସେହିପରି ବୁଢିଆଣିକୁ ଦୂରେଇବା ପାଇଁ ଆପଣ ସତେଜ ପୁଦିନା ପତ୍ରର ମଧ୍ୟ ବ୍ୟବହାର କରିପାରିବେ ।




