ସହିଦ ଦିବସରେ ମନେ ପଡନ୍ତି ‘ବାପୁ’

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ପ୍ରତିବର୍ଷ ୩୦ ଜାନୁଆରୀରେ ଗାନ୍ଧିଜୀଙ୍କ ମୃତ୍ୟୁ ବାର୍ଷିକୀ ସହିତ ଶହୀଦ ଦିବସ ମଧ୍ୟ ପାଳନ କରାଯାଏ। ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ମୃତ୍ୟୁ ୩୦ ଜାନୁଆରୀ ୧୯୪୮ ରେ ହୋଇଥିଲା । ଦିଲ୍ଲୀ ସ୍ଥିତ ବିରଳା ହାଉସରେ ପ୍ରାର୍ଥନା ସଭାକୁ ଯିବା ବେଳେ ଆତତାୟୀ ନାଥୁରାମ ଗଡସେ ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା […]

Samaya Live Picture
Published On

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ପ୍ରତିବର୍ଷ ୩୦ ଜାନୁଆରୀରେ ଗାନ୍ଧିଜୀଙ୍କ ମୃତ୍ୟୁ ବାର୍ଷିକୀ ସହିତ ଶହୀଦ ଦିବସ ମଧ୍ୟ ପାଳନ କରାଯାଏ। ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ମୃତ୍ୟୁ ୩୦ ଜାନୁଆରୀ ୧୯୪୮ ରେ ହୋଇଥିଲା । ଦିଲ୍ଲୀ ସ୍ଥିତ ବିରଳା ହାଉସରେ ପ୍ରାର୍ଥନା ସଭାକୁ ଯିବା ବେଳେ ଆତତାୟୀ ନାଥୁରାମ ଗଡସେ ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ ।

ମହାତ୍ମା ଗାନ୍ଧୀ ଥିଲେ ସତ୍ୟର ପୂଜାରୀ I ତାଙ୍କ ପାଇଁ ସତ୍ୟ ଥିଲା ଭଗବାନ I ଏହି ଅବସରରେ ସାରାଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସକାଳୁ ସକାଳୁ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ବରିଷ୍ଠ ନେତା । ମହାତ୍ମା ଗାନ୍ଧିଙ୍କ ଆଦର୍ଶ, ଅହିଂସାର ପ୍ରେରଣା, ସତ୍ୟର ଶକ୍ତି ବ୍ରିଟିଶମାନଙ୍କୁ ପରାସ୍ତ କରିଥିଲା ।

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସତ୍ୟ ଓ ଅହିଂସାର ଜନକଙ୍କୁ ମନେ ପକାଇଛି ଓଡ଼ିଶା I ରାଜ୍ୟ ସଂଗ୍ରହାଳୟରେ ଲୋକାର୍ପିତ ହେବାକୁ ଯାଉଛି ମହାତ୍ମା ଗାନ୍ଧୀ ସଂଗ୍ରହାଳୟ I ୧୯୨୧ ମସିହା ରୁ ୧୯୪୬ ମସିହା ପର୍ଯ୍ୟନ୍ତ ମଧ୍ୟରେ ଗାନ୍ଧିଜୀ ୮ ଥର ଓଡିଶା ଗସ୍ତରେ ଆସିଥିଲେ I ସେହି ସ୍ଥାନ ଗୁଡିକ ଗ୍ୟାଲେରୀରେ ସ୍ଥାନ ପାଇଛି I ୧୯୨୧ ମସିହାରେ କାଠଯୋଡ଼ି ନଦୀକୂଳରେ ସେ ପ୍ରଥମ ଗସ୍ତ କରିଥିଲେ I ସେଠାରେ ହୋଇଥିବା ସାଧାରଣ ସଭାରେ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ କସ୍ତୁରବା ଗାନ୍ଧୀ ଉପସ୍ଥିତ ଥିଲେ I ୧୯୨୫ ରେ ୨ୟ ଗସ୍ତ ସମୟରେ ସେ ଉତ୍କଳ ଟାନେରୀ ଯାଇଥିଲେ I ୧୯୨୭ ତୃତୀୟ ଗସ୍ତରେ ବୋଲଗଡ଼ ବଙ୍ଗଳାରେ ସେ ଲୋକଙ୍କ ସହ ଆଲୋଚନା କରିଥିଲେ I

ସେହିପରି ୧୯୨୮ ରେ ସମ୍ବଲପୁର,୧୯୩୪ ରେ ସେ ପୁରୀ ଜଗନ୍ନାଥ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିଥିଲେ I ୧୦୩୮ ରେ ସପ୍ତମ ଗସ୍ତ କରିଥିବାବେଳେ ୧୯୪୬ରେ ଅଷ୍ଟମ ଗସ୍ତ ସମୟରେ ସେ ବ୍ରହ୍ମପୁର ରେଳଷ୍ଟେସନ ରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇଥିଲେ I

ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀଙ୍କର ଅତୁଳନୀୟ ଅବଦାନ ରହିଛି । ଗାନ୍ଧୀଜୀଙ୍କର ବଳିଦାନ ଦିବସକୁ ସାରାଦେଶରେ ସହିଦ ଦିବସ ଭାବରେ ପାଳନ କରାଯାଏ Iଏହି ଅବସରରେ ଦେଶର ସଶସ୍ତ୍ର ବାହିନୀର ଶହୀଦମାନଙ୍କୁ ଅଭିବାଦନ ଜଣାଯାଏ ଏବଂ ବାପୁଙ୍କୁ ସ୍ମରଣ କରିବା ସହ ସହିଦମାନଙ୍କ ସ୍ମୃତିରେ ଦୁଇ ମିନିଟର ନିରବ ପ୍ରାର୍ଥନା ମଧ୍ୟ କରାଯାଏ।

Tags: