ତାପମାତ୍ରା ସହିତ ନିଦର ସମ୍ପର୍କ

ତାପମାତ୍ରା ସହିତ ନିଦର ସମ୍ପର୍କ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାଉ କରୁଛନ୍ତି ସହର ସଫା

ବଢୁଥିବା ତାପମାତ୍ରା ଏବେ ମଣିଷର ଦୈନନ୍ଦିନ ଜୀବନ ସହିତ ଶୋଇବା ସମୟ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଉଛି । ୟୁନିଭର୍ସିଟି ଅଫ୍ ସଦର୍ଣ୍ଣ କାଲିଫର୍ଣ୍ଣିଆର ଏକ ବୃହତ ଅଧ୍ୟୟନ ଅନୁଯାୟୀ, ଉଷ୍ମ ପାଣିପାଗ ଏବଂ ନିଦ୍ରା ହ୍ରାସ ମଧ୍ୟରେ ଏକ ସ୍ପଷ୍ଟ ସମ୍ପର୍କ ରହିଛି । ଆମେରିକାର ପ୍ରାୟ ୧୪,୨୩୨ ଜଣ ବୟସ୍କ ବ୍ୟକ୍ତିଙ୍କ ୧୨ ନିୟୁତରୁ ଅଧିକ ରାତିର ନିଦ୍ରା ତଥ୍ୟକୁ ପରୀକ୍ଷଣ କରି ଗବେଷକମାନେ ଏହି ତଥ୍ୟ ଜାଣିବାକୁ ପାଇଛନ୍ତି । ଯେ, ଦିନ ତାପମାତ୍ରାରେ ପ୍ରତି ୧୦ ଡିଗ୍ରୀ ବୃଦ୍ଧି ଘଟିଲେ ହାରାହାରି ୨.୧୯ ମିନିଟ୍ର ନିଦ୍ରା ହ୍ରାସ ପାଉଥିବାବେଳେ ରାତିର ତାପମାତ୍ରାରେ ସମାନ ବୃଦ୍ଧି ଘଟିଲେ ଏହା ୨.୬୩ ମିନିଟ୍ ପର୍ଯ୍ୟନ୍ତ ନିଦ୍ରା କମିଥାଏ।  କ୍ରମାଗତ ଗ୍ରୀଷ୍ମ ପ୍ରବାହ ଏବଂ ଋତୁ ପରିବର୍ତ୍ତନ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ କ୍ଷେତ୍ରରେ ଏହାର ପରିଣାମ ଭୟଙ୍କର ଦେଖିବାକୁ ମିଳୁଥିବା ଏହି ରିପୋର୍ଟରେ ପ୍ରକାଶ କରାଯାଇଛି । ବିଶେଷ କରି ମହିଳା, ଦୀର୍ଘ ସମୟଧରି ରୋଗରେ ପୀଡ଼ିତ ବ୍ୟକ୍ତି  ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ନିଦ୍ରାହୀନତା ଯୋଗୁଁ ହୃଦ୍ରୋଗ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଏବଂ ମାନସିକ ଚିନ୍ତା ବଢୁଥିବାରୁ ଏହା ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ବର୍ତ୍ତମାନ ଉଭା ହୋଇଛି । ତେଣୁ ଖରାଦିନେ ଆମକୁ ଶରୀରକୁ ଥଣ୍ଡା ରଖିବାକୁ ଯଥେଷ୍ଟ ଧ୍ୟାନ ରଖିବାକୁ ହେବ ବୋଲି ବୌଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର ପଇସାଦେଇ ଝଡତୋଫାନରେ ଗାଧୁଆ !

Tags: