ରେଡଫ୍ଲାଗ ଥିଲା କରୁରରେ ଦଳାଚକଟା
୨୭ ସେପ୍ଟେମ୍ବର ୨୦୨୫ରେ କରୁରଠାରେ ଟିଭିକେର ରାଲି ସମୟରେ ଘଟିଥିବା ଅଘଟଣ ବିଜୟଙ୍କ ପାଇଁ ଖୁବ ବଡ ସଙ୍କଟ ଆଣିଥିଲା । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ପ୍ରାଣ ଯାଇଥିଲା, ଯାହା ତାଙ୍କ ଇମେଜକୁ ଖୁବ ଖରାପ କରିଥିଲା । ସେହିଭଳି ବିଜୟ ପୀଡ଼ିତଙ୍କୁ ଭେଟିବାକୁ ତୁରନ୍ତ ପହଞ୍ଚି ନଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଘଟଣାର ଏକାଧିକ ଦିନ ପରେ ସେ ପୀଡ଼ିତ ପରିବାରକୁ ଭେଟି କ୍ଷତିପୂରଣ ଘୋଷଣା କରିଥିଲେ । ତେବେ ସେତେବେଳେ ଏହା ବିଜୟଙ୍କ ପାଇଁ ରେଡ ଫ୍ଲାଗ ପାଲଟିଥିଲା । ତେବେ ଘଟଣାର ତିନି ଦିନ ପରେ ଏକ ଭିଡିଓ ବାର୍ତ୍ତାରେ ବିଜୟ ଏହାକୁ ଜୀବନର ସବୁଠାରୁ ଦୁଃଖଦ ମୁହୂର୍ତ୍ତ ବୋଲି କହିବା ସହ, ଜାଣିଶୁଣି ସୁରକ୍ଷାରେ ଅବହେଳା କରି ରାଲିକୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ଆଣିଥିଲେ । ହେଲେ ପରେ ଏହି ବିବାଦର ସମାଧାନ ହୋଇଥିଲା ଏବଂ ବିଜୟ ତାଙ୍କର ରାଜନୈତିକ ଯାତ୍ରା ଜାରି ରଖିଥିଲେ ।
Tags:




