ପାଣିଭିତରେ ପୁସଅପ କରି ରେକର୍ଡ

ପାଣିଭିତରେ ପୁସଅପ କରି ରେକର୍ଡ
Ipsita Picture
By: Ipsita
Published On

 

ଗୋଟିଏ ନିଶ୍ୱାସ ବନ୍ଦ କରି ଲୋକେ ପାଣି ଭିତରେ କିଛି ସେକେଣ୍ଡ ରହିବା କଷ୍ଟକର ହୋଇଥାଏ, କିନ୍ତୁ ଜଣେ ଭାରତୀୟ ଯୋଗ ଶିକ୍ଷକ ନିଶ୍ୱାସ ରୋକି ପାଣି ଭିତରେ ଲଗାତାର ୮୬ଟି ପୁସଅପ୍ ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଭିଏତନାମରେ ରହୁଥିବା ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ କମଲ କଲୋଇ ଏହି ରେକର୍ଡ ଏକ ସୁଇମିଂ ପୁଲ୍ରେ ନିଜ ନାମରେ କରିଛନ୍ତି । ସେ ଅନେକ ବର୍ଷ ହେବ ଯୋଗ, କ୍ୟାଲିସ୍ଥେନିକ୍ସ ଏବଂ ନିଶ୍ୱାସ ନିୟନ୍ତ୍ରଣର ତାଲିମ ନେଉଛନ୍ତି । କମଲଙ୍କ କହିବା ଅନୁଯାୟୀ, ସେ ପ୍ରାୟ ୬ ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସ ରୋକି ପାରନ୍ତି ଏବଂ ଏହି କ୍ଷମତା ବଳରେ ସେ ପାଣି ଭିତରେ ୮୬ଟି ପୁସଅପ୍ ସଫଳତାର ସହ ପୂରା କରିଛନ୍ତି । କମଲଙ୍କ ନାମରେ ଏହା ପ୍ରଥମ ବିଶ୍ୱ ରେକର୍ଡ ନୁହେଁ । ଏହାପୂର୍ବରୁ ୨୦୨୦ ମସିହାରେ ସେ ପାଣି ଭିତରେ ଲଗାତାର ୨୧ଟି ଯୋଗାସନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ଗଢ଼ିଥିଲେ । ପ୍ରଥମ ରେକର୍ଡ ପରେ ହିଁ ସେ ନିଜ କ୍ଷମତା ବିଷୟରେ ଜାଣିବାକୁ ପାଇଥିଲେ ଏବଂ ନିଜକୁ ଆହୁରି ବଡ଼ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

Tags: