ରିଅଲ୍‌ ଲାଇଫ୍‌ ଭାମ୍ପେୟାର୍‌

ବିଶ୍ୱରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ଠାରୁ ସାମାନ୍ୟତଃ ଭିନ୍ନ ଥାଆନ୍ତି । ଠିକ୍‌ ସେହିପରି ଜଣେ ମହିଳାଙ୍କ ବିଷୟରେ ଜଣାପଡ଼ିଛି ଯିଏକି ପାନୀୟ ରୂପେ କୌଣସି ଜୁସ୍‌ ପରିବର୍ତ୍ତେ ରକ୍ତକୁ ବ୍ୟବହାର କରନ୍ତି । ଅଜବ ଲାଗିଲେ ବି ଏହା ବିଲକୁଲ ସତ । ମହିଳାଜଣଙ୍କ ସ୍ୱୟଂକୁ ରିଅଲ୍‌ ଲାଇଫ୍‌ ଭାମ୍ପେୟାର୍‌ କହିବା ସହିତ ବିଗତ ୧୦ ବର୍ଷ ହେବ ସେ ପଶୁମାନଙ୍କର ରକ୍ତ ପିଅନ୍ତି । ସତେ ଯେମିତି ରକ୍ତ […]

Samaya Live Picture
Published On

ବିଶ୍ୱରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ଠାରୁ ସାମାନ୍ୟତଃ ଭିନ୍ନ ଥାଆନ୍ତି । ଠିକ୍‌ ସେହିପରି ଜଣେ ମହିଳାଙ୍କ ବିଷୟରେ ଜଣାପଡ଼ିଛି ଯିଏକି ପାନୀୟ ରୂପେ କୌଣସି ଜୁସ୍‌ ପରିବର୍ତ୍ତେ ରକ୍ତକୁ ବ୍ୟବହାର କରନ୍ତି । ଅଜବ ଲାଗିଲେ ବି ଏହା ବିଲକୁଲ ସତ । ମହିଳାଜଣଙ୍କ ସ୍ୱୟଂକୁ ରିଅଲ୍‌ ଲାଇଫ୍‌ ଭାମ୍ପେୟାର୍‌ କହିବା ସହିତ ବିଗତ ୧୦ ବର୍ଷ ହେବ ସେ ପଶୁମାନଙ୍କର ରକ୍ତ ପିଅନ୍ତି । ସତେ ଯେମିତି ରକ୍ତ ପିଇବା ତାଙ୍କର ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଛି ଏବଂ ଯେତେ ଚାହିଁଲେ ବି ସେ ଏହି ଅଭ୍ୟାସକୁ କଦାପି ବଦଳାଇ ପାରୁନାହାନ୍ତି । ଏହାସହ ଭବିଷ୍ୟତରେ ମଧ୍ୟ ଏହାକୁ ବଦଳାଇପାରିବେ ନାହିଁ ବୋଲି ମହିଳାଜଣଙ୍କ କହିଛନ୍ତି । ପଶୁମାନଙ୍କ ବ୍ୟତୀତ ମନୁଷ୍ୟଙ୍କ ରକ୍ତ ମଧ୍ୟ ପିଇବାକୁ ସେ ପସନ୍ଦ କରନ୍ତି । ରିପୋର୍ଟ ମୁତାବକ ଏହି ମହିଳାଜଣଙ୍କ ଆମେରିକାର କାଲିଫର୍ଣ୍ଣିଆରେ ରୁହନ୍ତି । ତାଙ୍କ ନାଁ ମିଶେଲ୍‌ ହୋଇଥିବାବେଳେ ସେ ଜଣେ ଟାଟୁ ଆର୍ଟିଷ୍ଟ ଓ ତାଙ୍କ ବୟସ ୪୦ ବର୍ଷ । ତେବେ ମିଶେଲଙ୍କର ଅଜବ ସଉକ୍‌ ରହିଛି, ଯାହା ଅନ୍ତର୍ଗତ ସେ ପ୍ରତ୍ୟହ ଗୋଟିଏ ଲିଟର ଲେଖାଏଁ ରକ୍ତ ପିଅନ୍ତି । ଟିନ୍‌ ଏଜ୍‌ରୁ ହିଁ ସେ ଗାଈ ଏବଂ ଘୁଷୁରୀର ରକ୍ତ ପିଇବା ଆରମ୍ଭ କରିଦେଇଥିଲେ । ମାତ୍ର ତାଙ୍କୁ ମନୁଷ୍ୟ ରକ୍ତ ସବୁଠୁ ଅଧିକ ପସନ୍ଦ ବୋଲି ସେ କହିଛନ୍ତି । ଏପରିକି ସେ ତାଙ୍କ କଫିରେ ରକ୍ତ ମିଶାଇ ପିଅନ୍ତି । ୨୦୧୩ରେ ଏକ ଟିଭି ଶୋ’ ମାଇଁ ଷ୍ଟ୍ରେଞ୍ଜ୍‌ ଆଡିକ୍ସନରେ ସେ ତାଙ୍କର ଏହି ଅଭ୍ୟାସ ବିଷୟରେ ଖୁଲାସା କରିଥିଲେ । ଯାହାକୁ ନେଇ ସେହି ସମୟରେ ସେ ପ୍ରତ୍ୟେକ ମିଡିଆ ଇଣ୍ଡଷ୍ଟ୍ରିର ହେଡ୍‌ଲାଇନ୍‌ ସାଜିଥିଲେ ।

Tags: