ମୃତ୍ୟୁପରର ପ୍ରତିକ୍ରିୟା

ମୃତ୍ୟୁପରର ପ୍ରତିକ୍ରିୟା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମହାଶିବରାତ୍ରି

ନିକଟରେ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଡାକ୍ତର ମୃତ୍ୟୁପରର ଦୁନିଆ ସମ୍ପର୍କରେ ନିଜର ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟଟି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଉକ୍ତ ରିପୋର୍ଟରେ ମୃତ୍ୟୁପରେ ଜଣେ ମଣିଷର ଶରୀର କିଭଳି ପ୍ରତିକ୍ରିୟା କରିଥାଏ ସେ ନେଇ ତଥ୍ୟ ରହିଛି । ଗବେଷଣା ଅନୁସାରେ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯାଇଥିଲେ ବି ମସ୍ତିଷ୍କ ଆକ୍ଟିଭ ରହିଥାଏ । ମରିବା ପରେ ମଧ୍ୟ ମସ୍ତିଷ୍କ ଆଖପାଖରେ ହେଉଥିବା ଘଟଣାକୁ ଶୁଣିପାରେ । ଏହି ଗବେଷଣାରେ  କିଛି ରୋଗୀ ଯେଉଁମାନେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି ସେମାନେ ଭାଗ ନେଇଥିଲେ । ସେମାନେ ବଞ୍ଚିବା ପରେ ତାଙ୍କ ଆଖପାଖରେ ଘଟିଥିବା ଘଟଣାକୁ ନିଭୁଲ ଭାବେ ବଖାଣିଥିଲେ, ହେଲେ ସେତେବେଳେ ସେମାନେ ବେହୋସ ଅବସ୍ଥାରେ ଥିଲେ । ଏହି ଗବେଷଣା ବ୍ରିଟେନ ଓ ଆମେରିକାର ୨୫ ଟି ଡାକ୍ତରଖାନର ୫୦ ରୁ ଅଧିକ ରୋଗୀଙ୍କ ଉପରେ କରାଯାଇଥିଲା । ଆଗକୁ ଏହି ସମ୍ବନ୍ଧୀୟ ଗବେଷଣା ଜାରି ରହିଲେ ଆହୁରି ଅନେକ ତଥ୍ୟ ସମ୍ପର୍କରେ ଜଣାପଡିବ ବୋଲି ଉକ୍ତ ଡାକ୍ତର ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର ସୁନା ଟାଇଲରେ ନିର୍ମିତ ଚଟାଣ

Tags: