ପୁରୁଷ ପୁରୁଷ ଭିତରେ ବିବାହ

ପୁରୁଷ ପୁରୁଷ ଭିତରେ ବିବାହ
Ipsita Picture
By: Ipsita


ହିମାଚଳ ପ୍ରଦେଶରେ କିନ୍ନର ସମାଜରେ ଶୀତଦିନେ ଏକ ନିଆରା ପରମ୍ପରା ଅନୁକରଣ କରାଯାଇଥାଏ । ଶୀତଦିନ ଆସିଲେ ସେମାନଙ୍କର ଏକ ଉତ୍ସବ ପାଳନ ହେବା ଆରମ୍ଭ ହୋଇଥାଏ । ଏହି ଉତ୍ସବରେ ଏକ ନିଆରା ପରମ୍ପରା ପାଳନ ହୋଇଥାଏ ଯେଉଁଥିରେ ପୁରୁଷ ମାନେ ପୁରୁଷଙ୍କୁ ବିବାହ କରିଥାଆନ୍ତି । ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହିଉତ୍ସବର ନାଁ ରହିଛି ରାଉଲାନେ ଫେଷ୍ଠିଭାଲ, ଯାହାର ଅର୍ଥ ପାହାଡ ପରୀ । ମାନତ୍ୟା ଅନୁସାରେ ଯେତେବେଳେ ଖୁବ ଅଧିକ ପରିମାଣର ଥଣ୍ଡା ପଡିଥାଏ ସେତେବେଳେ ସୌଣି ନିଜ ମହଲରୁ ତଳେ ଥିବା ଗାଁକୁ ଆସିଥାଏ । ପୁରା ଥଣ୍ଡା ଦିନତକ ଗାଁ ଲୋକଙ୍କର ରକ୍ଷା କରିବାପରେ ଗରମ ଦିନ ଆସିଲେ ପୁଣି ନିଜ ମହଲକୁ ଚାଲିଯାଇଥାଏ । ଏହି ସମୟରେ ଦୁଇଜଣ ପୁରୁଷ ନିଜ ଭିତରେ ବିବାହ କରିଥାଆନ୍ତି, ଯାହାଙ୍କୁ ପରୀ ନାମରେ ଜଣା ଯାଇଥାଏ । ବରକୁ ରୌଲା ଓ କନ୍ୟାକୁ ରୌଲଣେ ନାମରେ ସମସ୍ତେ ଜାଣନ୍ତି । ଯିଏ କନ୍ୟା ହୋଇଥାଆନ୍ତି ସିଏ ଉଲର ମୋଟା ପୋଷାକ ସହିତ ମୁହଁକୁ ଘୋଡାଇଥାଆନ୍ତି । କନ୍ୟା ସମସ୍ତ ପ୍ରକାର ଗହଣା ପିନ୍ଧି କନ୍ୟା ଭଳି ସଜ ହୋଇଥାଏ । ଉତ୍ସବର ଶେଷଦିନ ବରକନ୍ୟା ଓ ଗ୍ରାମବାସୀ ନାଗିନ ନାରାୟଣ ମନ୍ଦିର ଯାଆନ୍ତି, ଯେଉଁଠାରେ ଏକ ପାରମ୍ପରିକ ନୃତ୍ୟର ଆୟୋଜନ କରାଯାଇଥାଏ । ଯାହାପରେ ଗ୍ରାମବାସୀ ଉଭୟ ବରକନ୍ୟାଙ୍କୁ ଆର୍ଶୀବାଦ ଦେଇଥାଆନ୍ତି ।

Read More ଚାଟ ଜିପିଟି ସହିତ ବିବାହ

Tags: