ଲ୍ୟାଣ୍ଡମାଇନ ଖୋଜୁଛି ମୂଷା
କମ୍ବୋଡିଆର 'ରୋନିନ୍' ନାମକ ଏକ ସ୍ୱତନ୍ତ୍ର ମୂଷା ବାରୁଦ ସୁରଙ୍ଗ ବା ଲ୍ୟାଣ୍ଡମାଇନ୍ ଖୋଜିବାରେ ଏକ ନୂଆ ବିଶ୍ୱ ରେକଡ ସ୍ଥାପନ କରି ଚର୍ଚ୍ଚାକୁ ଆସିଛି । ଏହି ମୂଷାଟି ଅଗଷ୍ଟ ୨୦୨୧ ରୁ ଏପର୍ଯ୍ୟନ୍ତ ୧୦୯ଟି ଲ୍ୟାଣ୍ଡମାଇନ୍ ଏବଂ ୧୫ଟି ବିସ୍ଫୋରକ ଅସ୍ତ୍ର ଖୋଜି ବାହାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଛି। ରୋନିନ୍ ପୂର୍ବତନ ରେକର୍ଡଧାରୀ 'ମାଗାୱା'ଙ୍କୁ ପଛରେ ପକାଇଛି, ଯିଏକି ୫ ବର୍ଷରେ ୭୧ଟି ଲ୍ୟାଣ୍ଡମାଇନ୍ ଖୋଜିଥିଲା । APOPO ନାମକ ସଂସ୍ଥା ଦ୍ୱାରା ତାଲିମପ୍ରାପ୍ତ ଏହି ମୂଷାମାନେ ବାରୁଦର ଗନ୍ଧ ଶୁଙ୍ଘି ମାଟି ତଳେ ଲୁଚି ରହିଥିବା ବିପଜ୍ଜନକ ଲ୍ୟାଣ୍ଡମାଇନଗୁଡ଼ିକୁ ଚିହ୍ନଟ କରିଥାନ୍ତି । ପ୍ରାୟ ୩୦-୪୦ ସେଣ୍ଟିମିଟର ଲମ୍ବର ଏହି ମୂଷାମାନେ ସାଧାରଣ ମୂଷାଙ୍କଠାରୁ ବଡ଼ ହୋଇଥାନ୍ତି । ୫ ବର୍ଷୀୟ ରୋନିନ୍ ଆଗାମୀ ୧-୨ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିପାରିବ ବୋଲି ଆଶା କରାଯାଉଛି । ସୋସିଆଲ ମିଡିଆରେ ସମସ୍ତେ ମୂଷାକୁ ଖୁବ ପ୍ରଶଂସା କରୁଥିବା ନଜରକୁ ଆସିଛି ।
Tags:



