ଦୁର୍ଲଭ ରୁବି
ମିଆଁମାରର ପ୍ରସିଦ୍ଧ ରତ୍ନପଥର ଖଣି ଅଞ୍ଚଳ ମୋଗୋକରେ ଖଣି ଶ୍ରମିକମାନେ ଏକ ବିଶାଳକାୟ ଦୁର୍ଲଭ ରୁବି ବା ମାଣିକ୍ୟ ଆବିଷ୍କାର କରିଛନ୍ତି । ଯାହା ସେଠାରେ ମିଳିଥିବା ଏପର୍ଯ୍ୟନ୍ତର ଦ୍ୱିତୀୟ ବୃହତ୍ତମ ରତ୍ନପଥର ବୋଲି କୁହାଯାଉଛି। ପ୍ରାୟ ୧୧,୦୦୦ କ୍ୟାରେଟ୍ (୨.୨ କିଲୋଗ୍ରାମ) ଓଜନର ଏହି ରୁବିଟିର ଗୁଣବତ୍ତା ଓ ବାଇଗଣୀ-ଲାଲ୍ ରଙ୍ଗ ପାଇଁ ୧୯୯୬ରେ ମିଳିଥିବା ୨୧,୪୫୦ କ୍ୟାରେଟ୍ର ରତ୍ନ ଅପେକ୍ଷା ଅଧିକ ମୂଲ୍ୟବାନ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ରତ୍ନଟି ଖୁବ ଭାଇରାଲ ହେବାରେ ଲାଗିଛି । ଏହାର ରଙ୍ଗ ଖୁବ ସ୍ବତନ୍ତ୍ର ହୋଇଥିବାରୁ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।
Tags:



