ବିରଳ ବିହଙ୍ଗ

ବିରଳ ବିହଙ୍ଗ
Ipsita Picture
By: Ipsita
Published On

 

ଦୁନିଆରେ ଏଭଳି ଅନେକ ପକ୍ଷୀ ଅଛନ୍ତି ଯେଉଁମାନେ ନିଜର ଗଠନ ଶୈଳୀ ହେଉ କିମ୍ବା ଉଡିବା ପ୍ରକିୟା ପାଇଁ ଭିଡ ଭିତରେ ବେଶ ବାରି ହୋଇ ପଡନ୍ତି । ସେମାନେ ଅନ୍ୟମାନଙ୍କ ଅପେକ୍ଷା ବେଶ ଭିନ୍ନ ହୋଇଥାଆନ୍ତି ଯାହା ସେମାନଙ୍କୁ ସ୍ବତନ୍ତ୍ର କରିଥାଏ ।

କାକାପୋ

ଏହା ଦେଖିବାକୁ ପେଚା ଭଳି ହେଲେ ମଧ୍ୟ ପ୍ରକୃତରେ ଏହା ଏକ ଶୁଆ ପ୍ରଜାତିର। ଏହା ବିଶ୍ୱର ସବୁଠାରୁ ଭାରୀ ଶୁଆ, ଯାହାର ଓଜନ ପ୍ରାୟ ୪ କିଲୋଗ୍ରାମ ଏବଂ ଲମ୍ବ ୬୦ ସେମି । ନ୍ୟୁଜିଲ୍ୟାଣ୍ଡରେ ମିଳୁଥିବା ଏହି ପକ୍ଷୀର ସବୁଜ  ରଙ୍ଗର ପର ଏହାକୁ ଗଛପତ୍ର ସହ ମିଶିଯିବାରେ ସାହାଯ୍ୟ କରେ ।

 

6

ସଦର୍ଣ୍ଣ କାସୋୱାରୀ

ଏହା ଦେଖିବାକୁ ପ୍ରାଗୈତିହାସିକ କାଳର ଜୀବ ଭଳି ଏବଂ ବିଶ୍ୱର ତୃତୀୟ ସବୁଠାରୁ ଉଚ୍ଚ ପକ୍ଷୀ (ପ୍ରାୟ ୬ ଫୁଟ) ଭାବେ ପରିଗଣିତ । ଅଷ୍ଟ୍ରେଲିଆ ଏବଂ ପାପୁଆ ନିଉ ଗିନିର ଜଙ୍ଗଲରେ ମିଳୁଥିବା ଏହି ପକ୍ଷୀକୁ ବିଶ୍ୱର ସବୁଠାରୁ ବିପଜ୍ଜନକ ପକ୍ଷୀ କୁହାଯାଏ। ଏହାର ଶକ୍ତ ଗୋଡ଼ ଏବଂ ଛୁରୀ ଭଳି ଧାରୁଆ ନଖ ମଣିଷକୁ କ୍ଷତବିକ୍ଷତ କରିଦେଇପାରେ ।

4

 

ସୁବିଲ୍

ଆଫ୍ରିକାର ସନ୍ତସନ୍ତିଆ ଅଞ୍ଚଳରେ ଦେଖାଯାଉଥିବା ଏହି ପକ୍ଷୀର ମୁହଁ ଜୋତା ଭଳି ଏବଂ ଏହା ଦେଖିବାକୁ ଡାଇନୋସର ଯୁଗର ପକ୍ଷୀ ଭଳି ଲାଗେ । ଏହାର ଶବ୍ଦ ମେସିନ୍ ଗନ୍ର ଗୁଳି ଫୁଟିବା ଭଳି ଶୁଣାଯାଏ। ଏହା ମାଛ, ବେଙ୍ଗ ଏବଂ ସାପ ଆଦି ଶିକାର କରେ ।

ସେକ୍ରେଟାରୀ ବାର୍ଡ

ପୂର୍ବ ଆଫ୍ରିକାର ଏହି ପକ୍ଷୀଟି ଦେଖିବାକୁ ଏକ ଚିଲ ଏବଂ ଫ୍ଲେମିଙ୍ଗୋ ପକ୍ଷୀର ମିଶ୍ରଣ ଭଳି ମନେହୁଏ। ଏହାର ମୁହଁ ଚିଲ ଭଳି ଏବଂ ଗୋଡ଼ଗୁଡ଼ିକ ଲମ୍ବା ଥାଏ । ଏହା ମୁଖ୍ୟତଃ ପୋକଜୋକ ଏବଂ ମଞ୍ଜି ଖାଇ ବଞ୍ଚିରହିଥାଏ । ଏହା ଅଜବ ଗଠନଶୈଳୀ ଏହାକୁ ଭିନ୍ନ କରିଥାଏ ।

କ୍ୱେଟଜାଲ୍

କେନ୍ଦ୍ରୀୟ ଆମେରିକା ମୁଖ୍ୟତଃ ଗୁଆଟେମାଲାର ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀ ଅତ୍ୟନ୍ତ ସୁନ୍ଦର। ସବୁଜ ରଙ୍ଗର ଡେଣା, ନାଲି ରଙ୍ଗର ଛାତି ଏବଂ ଏକ ଲମ୍ବା ଆକର୍ଷଣୀୟ ଲାଞ୍ଜ ଯୋଗୁଁ ଏହା କାର୍ଣ୍ଣିଭାଲ୍ ଡ୍ୟାନ୍ସର ଭଳି ଦେଖାଯାଏ । ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ ।

କକ୍-ଅଫ୍-ଦି-ରକ୍

 ଦକ୍ଷିଣ ଆମେରିକାର ଜଙ୍ଗଲରେ ମିଳୁଥିବା ଏହି ପକ୍ଷୀ ଅତି ଚମତ୍କାର ରଙ୍ଗର ହୋଇଥାଏ । ମାଈ ପକ୍ଷୀକୁ ଆକର୍ଷିତ କରିବା ପାଇଁ ଅଣ୍ଡିରା ପକ୍ଷୀମାନେ ଏକାଠି ହୋଇ ନାଚନ୍ତି, ଡେଡ଼ିଆଁ ମାରନ୍ତି ଏବଂ ବିଭିନ୍ନ ପ୍ରକାର ଶବ୍ଦ କରନ୍ତି। ସବୁଠାରୁ ଆକର୍ଷଣ ଏମାନଙ୍କର ରଙ୍ଗ ହୋଇଥାଏ ।

Tags: