ମରୁଭୂମିରେ ରହୁଛି ମାଛ !

ଅଷ୍ଟ୍ରେଲିଆ: ମରୁଭୂମିର ଉତପ୍ତ ପାଣିପାଗରେ ଜୀବଜଗତ ତିଷ୍ଠିବା ବହୁ କଷ୍ଟକର । ତଥାପି ପ୍ରକୃତିକୁî ଖାପ ଖୁଆଇ କେତେକ ଜୀବ ଓ ଉଦ୍ଭିଦ ଉତପ୍ତ ମରୁଭୂମିରେ ବଞ୍ଚି ନିଜର ବଂଶ ବିସ୍ତାର କରୁଛନ୍ତି । ସେହି ଜୀବବମାନଙ୍କ ମଧ୍ୟରେ ‘ରେନ୍‌ବୋ’ମାଛ କଥା ନିଆରା । ପ୍ରତିକୂଳ ପରିବେଶରେ ଏହି ଜାତିର ମାଛ ବଞ୍ଚି ରହିପାରନ୍ତି । ରେନ୍‌ବୋ ମାଛର ବୈଜ୍ଞାନିକ ନାମ ହେଉଛି ‘ମେଲାନୋଟାଇନିଆ ପ୍ଲେଣ୍ଡିଡା ଟାଟଇ’ । ଅଷ୍ଟ୍ରେଲିଆର ମରୁଭୂମିର ମଧୁର ଜଳରେ ଏହି ମାଛ […]

Samaya Live Picture
Published On

ଅଷ୍ଟ୍ରେଲିଆ: ମରୁଭୂମିର ଉତପ୍ତ ପାଣିପାଗରେ ଜୀବଜଗତ ତିଷ୍ଠିବା ବହୁ କଷ୍ଟକର । ତଥାପି ପ୍ରକୃତିକୁî ଖାପ ଖୁଆଇ କେତେକ ଜୀବ ଓ ଉଦ୍ଭିଦ ଉତପ୍ତ ମରୁଭୂମିରେ ବଞ୍ଚି ନିଜର ବଂଶ ବିସ୍ତାର କରୁଛନ୍ତି । ସେହି ଜୀବବମାନଙ୍କ ମଧ୍ୟରେ ‘ରେନ୍‌ବୋ’ମାଛ କଥା ନିଆରା ।
ମରୁଭୂମିରେ ରହୁଛି ମାଛ !

ପ୍ରତିକୂଳ ପରିବେଶରେ ଏହି ଜାତିର ମାଛ ବଞ୍ଚି ରହିପାରନ୍ତି । ରେନ୍‌ବୋ ମାଛର ବୈଜ୍ଞାନିକ ନାମ ହେଉଛି ‘ମେଲାନୋଟାଇନିଆ ପ୍ଲେଣ୍ଡିଡା ଟାଟଇ’ । ଅଷ୍ଟ୍ରେଲିଆର ମରୁଭୂମିର ମଧୁର ଜଳରେ ଏହି ମାଛ ବାସ କରିଥାନ୍ତି । ଉତପ୍ତ ଓ ଶୁଷ୍କ ଜଳବାୟୁ ଭଳି ବିପରିତ ପରିସ୍ଥିତିରେ କିପରି ଭାବେ ଏହି ମାଛ ତିଷ୍ଠି ନିଜ ବଂଶ ବିସ୍ତାର କରୁଛନ୍ତି, ତାହାକୁ ବର୍ତ୍ତମାନ ଅଷ୍ଟ୍ରେଲିଆର ବୈଜ୍ଞାନିମାନେ ଅନୁଧ୍ୟାନ କରୁଛନ୍ତି ।
ମରୁଭୂମିରେ ରହୁଛି ମାଛ !

ମଧ୍ୟ ଅଷ୍ଟ୍ରେଲିଆ ଅଞ୍ଚଳରେ ଖୁବ୍‌ କମ୍‌ ବର୍ଷା ହୋଇଥାଏ । ୩ ହଜାର କ୍ଷେତ୍ରଫଳ ବିଶିଷ୍ଟ ଏହି ଅଞ୍ଚଳରେ ଖୁବ୍‌ କମ୍‌ ଜୀବ ବାସ କରିଥାନ୍ତି । ଶୁଷ୍କତା କାରଣରୁ ବହୁ ସ୍ଥାନର ମାଟ ଫାଟି ଗର୍ତ୍ତ ସୃଷ୍ଟି ହୋଇଥାଏ । କିଛି କିଛି ଗର୍ତ୍ତରେ ପାଣି ଜମିଥାଏ । ତେବେ ସେହିପରି ଛୋଟ ଛୋଟ ଉତପ୍ତ ଜଳାଶ୍ରୟରେ ମାଛ ଭଳି ଜୀବ ରହିବା କଷ୍ଟକର ହୋଇଥାଏ । ବୈଜ୍ଞାନିକଙ୍କ ମତରେ, ଛୋଟ ଜଳାଶ୍ରୟରେ ମାଛମାନେ ପୂର୍ଣ୍ଣ ଭାବେ ବିକଶିତ ହୋଇପାରନ୍ତି ନାହିଁ । କିନ୍ତୁ ରେନ୍‌ବୋ ମାଛ ଛୋଟ ଉତପ୍ତ ଜଳାଶ୍ରୟରେ ପୂର୍ଣ୍ଣ ଭାବେ ବିକଶିତ ହୋଇଥାନ୍ତି ।
ମରୁଭୂମିରେ ରହୁଛି ମାଛ !

ବୈଜ୍ଞାନିମାନେ ଏହାର କାରଣ ଜାଣିବା ପାଇଁ ୧୮ଟି ଭିନ୍ନ ଭିନ୍ନ ସ୍ଥାନରେ ମିଳୁଥିବା ସେହି ମାଛର ଡିଏନ୍‌ଏ ସଂଗ୍ରହ କରି ପରୀକ୍ଷା କରିଥିଲେ । ପରୀକ୍ଷାରୁ ମିଳିଥିବା ତଥ୍ୟକୁ ସେମାନେ ‘ଇଭୋଲୁ୍ୟସନ୍‌’ ନାମକ ଏକ ପତ୍ରିକାରେ ବିଶ୍ଳେଷଣ କରିଛନ୍ତି ।

ସେହି ତଥ୍ୟ ଅନୁସାରେ, ବିଭିନ୍ନ ସ୍ଥାନରୁ ସଂଗୃହୀତ ରେନ୍‌ବୋ ମାଛର ଡିଏନ୍‌ଏରେ ଭିନ୍ନତା ଦେଖାଯାଇଥିଲା । ହେଲେ ମାଛର ୮ ପ୍ରକାରର ଜିନୋମ ପରସ୍ପର ମେଳ ଖାଉଥିଲା । ଜିନୋମ୍‌ ମେଳ ଖାଉଥିବା ମାଛମାନେ ଭିନ୍ନ ଭିନ୍ନ ଜଳାଶ୍ରୟରେ ରହୁଥିଲେ । ଏକାମସାଙ୍ଗରେ ନରହି ସୋମନଙ୍କର ଡିଏନ୍‌ଏର ସମାନତା ଦେଖି ବୈଜ୍ଞାନିମାନେ ଆଶ୍ଚର୍ଯ୍ୟର ହୋଇଯାଇଥିଲେ । ପାଣିର ଅଭାବ ଦେଖାଗଲେ ଏହି ମାଛ ମାଟିକୁ ଖୋଳି ଗଭିର ଭୂମିରେ ବାସ କରିଥାନ୍ତି ।
ମରୁଭୂମିରେ ରହୁଛି ମାଛ !
ଜଣେ ବୈଜ୍ଞାନିକ କହିଛନ୍ତି, ଜୀବଜଗତ କମ୍‌ ଥିବା ସ୍ଥାନମାନଙ୍କରେ କୌଣସି ଜୀବର ଶରୀର ସଠିକ୍‌ ବିକାଶ ହୋଇପାରେନା । ହେଲେ ରେନ୍‌ବୋ ମାଛ ଏହାକୁ ଭୁଲ୍‌ ପ୍ରମାଣିତ କରିଦେଇଛି । ଏମାନେ ୫ରୁ ୧୦ ଇଞ୍ଚ ପର୍ଯ୍ୟ; ବଢ଼ିପାରନ୍ତି । ଜଳାଶ୍ରୟରେ ପର୍ଯ୍ୟାପ୍ତ ପରିମାଣର ପାଣି ଥିବା ସମୟରେ ଏମାନେ ପ୍ରଜନନ ଆରମ୍ଭ କରନ୍ତି ।