ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଗତ ୩ ଦିନ ଧରି ରାଜ୍ୟରେ ପାଗ ସାମାନ୍ୟ ମେଘୁଆ ରହିଛି I ଖରାର ପ୍ରକୋପ ସାମାନ୍ୟ କମିଥିବା ବେଳେ ଆଜି କିଛି ଜିଲ୍ଲାରେ ବର୍ଷା ହୋଇ ଯାଇଛି । ଏମାନଙ୍କ ମଧ୍ୟରୁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଗତ ୪ […]

Samaya Live Picture
Published On

ଭୁବନେଶ୍ୱର : ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଗତ ୩ ଦିନ ଧରି ରାଜ୍ୟରେ ପାଗ ସାମାନ୍ୟ ମେଘୁଆ ରହିଛି I ଖରାର ପ୍ରକୋପ ସାମାନ୍ୟ କମିଥିବା ବେଳେ ଆଜି କିଛି ଜିଲ୍ଲାରେ ବର୍ଷା ହୋଇ ଯାଇଛି । ଏମାନଙ୍କ ମଧ୍ୟରୁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଗତ ୪ ଦିନ ତଳେ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିବା ବେଳେ ଶୁକ୍ରବାର ଦିନ ତାହା ୩୨.୨ ଡିଗ୍ରିକୁ ଖସିଛି। ଆଜି ମଧ୍ୟ ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସ‌ର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ।

ସେହିପରି ଆଜି ସକାଳେ ଉପକୂଳ ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଯାଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହବାର ସୂଚନା ନଥିବା ବେଳେ ପାଗ ସାଧାରଣତଃ ଶୁଖିଲା ରହିବ I ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Tags: