ଆଜି ରାଧାଷ୍ଟମୀ

ଆଜି ଭାଦ୍ରବମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଇ ଏହି ତିଥିକୁ ‘ରାଧାଷ୍ଟମୀ’ ଭାବରେ ପାଳନ କରାଯାଏ I ଏହି ଦିନ ଶ୍ରୀ ରାଧାରାଣୀଙ୍କର ଜନ୍ମ ହୋଇଥିଲା I ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ଜନ୍ମାଷ୍ଟମୀ କୁହାଯାଉଥିବାବେଳେ ଠିକ ଏହାର ୧୫ ଦିନ ପରେ ଅର୍ଥାତ ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ରାଧାଷ୍ଟମୀ ଭାବରେ ପାଳନ କରାଯାଏ I ଗାଁ ଠାରୁ ସହର ଯାଏଁ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ରାଧାଷ୍ଟମୀ ଖୁବ ଧୂମଧାମ ରେ ପାଳନ କରାଯାଉଛି I […]

Samaya Live Picture
Published On

ଆଜି ଭାଦ୍ରବମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଇ ଏହି ତିଥିକୁ ‘ରାଧାଷ୍ଟମୀ’ ଭାବରେ ପାଳନ କରାଯାଏ I ଏହି ଦିନ ଶ୍ରୀ ରାଧାରାଣୀଙ୍କର ଜନ୍ମ ହୋଇଥିଲା I ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ଜନ୍ମାଷ୍ଟମୀ କୁହାଯାଉଥିବାବେଳେ ଠିକ ଏହାର ୧୫ ଦିନ ପରେ ଅର୍ଥାତ ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ରାଧାଷ୍ଟମୀ ଭାବରେ ପାଳନ କରାଯାଏ I ଗାଁ ଠାରୁ ସହର ଯାଏଁ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ରାଧାଷ୍ଟମୀ ଖୁବ ଧୂମଧାମ ରେ ପାଳନ କରାଯାଉଛି I ଅବିବାହିତ ଝିଅ ଓ ବୋହୂମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ପାଇଁ ଶ୍ରୀ ରାଧାଙ୍କୁ ଆରାଧନ କରିଥାନ୍ତି I

ଆଜି ପୁରୀ ଶ୍ରୀ ମନ୍ଦିରରେ ପାଳିତ ହେଉଛି ରାଧାଷ୍ଟମୀ ପର୍ବ। ରତ୍ନ ସିଂହାସନରେ ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀଦେବୀଙ୍କୁ ସିଂହାସନରେ ବିଜେ କରାଯାଇଥାଏ। ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ଖଟରେ ବିଜେ କରାଇଥାନ୍ତି। ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇଥାନ୍ତି।

ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି। ଏହାପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ କରିବେ | ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ ।

Tags: