ଟାଟୁ ଦେଇଛି ବିଶ୍ୱ ଦରବାରରେ ପରିଚୟ

ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଟାଟୁର କ୍ରେଜ ଢେର ଅଧିକା । ଯେଉଁ କାରଣରୁ ଏହି ବ୍ୟବସାୟର ଚାହିଦା ବେଶି ଅଧିକା । ଏହି ବ୍ୟବସାୟରୁ ଲୋକ ଲକ୍ଷାଧିକ ଅର୍ଥ ରୋଜଗାର କରୁଛନ୍ତି । କେବଳ ଯେ ଅର୍ଥ ତାହା ନୁହେଁ, ଏଥିରେ ଲୋକ ବିଭିନ୍ନ ରେକର୍ଡ ମଧ୍ୟ କରୁଛନ୍ତି । ସେହିଭଳି ଜଣେ ଟାଟୁ ଆର୍ଟିଷ୍ଟ ହେଲେ ଉତ୍ତରପ୍ରଦେଶର ୨୨ ବର୍ଷୀୟ ରଚିତ ଜାଦୈନ । ଯେଉଁ ଟାଟୁ ପାଇଁ ତାଙ୍କୁ ଅନେକ ସମାଲୋଚନା ଶୁଣିବାକୁ ପଡୁଥିଲା […]

Samaya Live Picture
Published On

ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଟାଟୁର କ୍ରେଜ ଢେର ଅଧିକା । ଯେଉଁ କାରଣରୁ ଏହି ବ୍ୟବସାୟର ଚାହିଦା ବେଶି ଅଧିକା । ଏହି ବ୍ୟବସାୟରୁ ଲୋକ ଲକ୍ଷାଧିକ ଅର୍ଥ ରୋଜଗାର କରୁଛନ୍ତି । କେବଳ ଯେ ଅର୍ଥ ତାହା ନୁହେଁ, ଏଥିରେ ଲୋକ ବିଭିନ୍ନ ରେକର୍ଡ ମଧ୍ୟ କରୁଛନ୍ତି । ସେହିଭଳି ଜଣେ ଟାଟୁ ଆର୍ଟିଷ୍ଟ ହେଲେ ଉତ୍ତରପ୍ରଦେଶର ୨୨ ବର୍ଷୀୟ ରଚିତ ଜାଦୈନ ।

ଟାଟୁ ଦେଇଛି ବିଶ୍ୱ ଦରବାରରେ ପରିଚୟ

ଯେଉଁ ଟାଟୁ ପାଇଁ ତାଙ୍କୁ ଅନେକ ସମାଲୋଚନା ଶୁଣିବାକୁ ପଡୁଥିଲା ସେହି ଟାଟୁ ତାଙ୍କୁ ଦେଇଛି ନୂଆ ପରିଚୟ । ଟ୍ରୁ ଟାଟୁ ନାମରେ ଏକ ଷ୍ଟାର୍ଟଅପ୍‌ ରହିଛି ତାଙ୍କର । ଯାହା ତାଙ୍କୁ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି । ମାତ୍ର ସାତ ବର୍ଷରୁ ତାଙ୍କର ଟାଟୁ ପାଇଁ ଦୁର୍ବଳତା ଆରମ୍ଭ ହୋଇଥିଲା । ସେ ବଡ ହେଲେ ଜଣେ ଟାଟୁ ଆର୍ଟିଷ୍ଟ ହେବେ ବୋଲି ସେବେ ଠାରୁ ଠିକ୍‌ କରି ନେଇଥିଲେ । ତେବେ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା । ତାଙ୍କୁ ପରିବାର ଲୋକଙ୍କର ସହଯୋଗ ମିଳିନଥିଲା ।
ଟାଟୁ ଦେଇଛି ବିଶ୍ୱ ଦରବାରରେ ପରିଚୟ

ଅନ୍ୟମାନେ ତାଙ୍କୁ ଏହି କାମ ପାଇଁ ସମାଲୋଚନା ମଧ୍ୟ କରିଥିଲେ । ଏହି କ୍ୟାରିୟରରେ କିଛି ଭଲ ଭବିଷ୍ୟତ ନଥିବା କଥା ସମସ୍ତେ ତାଙ୍କୁ କହିଥିଲେ । ହେଲେ ସମସ୍ତ ବାଧା ସତ୍ତେ୍ୱ ସେ ନିଜର ଲକ୍ଷପଥରେ ଆଗେଇଥିଲେ, ସଫଳ ମଧ୍ୟ ହୋଇଥିଲେ । କେବଳ ଯେ ଅର୍ଥ ତାହା ନୁହେଁ ନିଜ ପାଇଁ ଅନେକ ସମ୍ମାନ ମଧ୍ୟ ସାଉଁଟିଛନ୍ତି । ନିଜର ଟାଟୁ ପାଇଁ ସେ ୨୦୨୨ରେ ହାୱାର୍ଡ ୱାଲïର୍ ରେକର୍ଡ ମଧ୍ୟ କରିଛନ୍ତି । ସେ ସବୁଠାରୁ କ୍ଷୀପ୍ର ଟାଟୁ ଆଟିଷ୍ଟ ଭାବେ ଏହି ରେକର୍ଡ କରିଛନ୍ତି । ରଚିତ୍‌ ୨ଘଣ୍ଟା ୩ମିନିଟ୍‌ରେ ରିୟାଲିଷ୍ଟିକ୍‌ ସ୍କେଚ୍‌ ତିଆରି କରି ଏହି ରେକର୍ଡ କରିଛନ୍ତି । ଯେଉଁମାନେ ତାଙ୍କୁ ଟାଟୁ ପାଇଁ ସମାଲୋଚନା କରୁଥିଲେ ସେମାନେ ତାଙ୍କୁ ଏବେ ପ୍ରଂଶସା କରୁଛନ୍ତି । କିଛି କରିବାର ଇଚ୍ଛା ଥିଲେ ଯେ କୌଣସି ବି ବାଧା ଆସିଲେ ମଧ୍ୟ ଏହାକୁ ଦୂର କରିହେବ ବୋଲି ରଚିତ୍‌ ପ୍ରମାଣ କରିଛନ୍ତି ।