ଠେକୁଆ ଡିଆଁ ପ୍ରତିଯୋଗିତା
ସ୍ୱିଡେନରେ ଅନୁଷ୍ଠିତ ତିନିଦିନିଆ ୟୁରୋପିଆନ୍ ରାବିଟ୍ ଜମ୍ପିଂ ଚାମ୍ପିୟନସିପ୍ରେ ବିଭିନ୍ନ ଦେଶରୁ ଆସିଥିବା ଠେକୁଆମାନେ ଅଂଶଗ୍ରହଣ କରିଥିଲେ । ଏମାନେ ବିଭିନ୍ନ ବାଧା ଅତିକ୍ରମ କରି ଡିଆଁ ମାରିବାରେ ପ୍ରତିଯୋଗିତା କରିଥିଲେ । ଯେଉଁଥିରେ ସିଧା ଏବଂ ବଙ୍କା ଟ୍ରାକ୍ରେ ଦୌଡ଼ିବା ସହିତ ଉଚ୍ଚ ବାଧା ଅତିକ୍ରମ କରିବା ଅନ୍ତର୍ଭୁକ୍ତ ଥିଲା । ଉଚ୍ଚ ଡିଆଁ ପାଇଁ ବିଶ୍ୱ ରେକର୍ଡ ୧୦୭ ସେଣ୍ଟିମିଟର ବା ପ୍ରାୟ ୩.୫ ଫୁଟ୍ ଏବଂ ଲମ୍ବା ଡିଆଁ ପାଇଁ ୩୧୮ ସେଣ୍ଟିମିଟର ବା ପ୍ରାୟ ୧୦.୪ ଫୁଟ୍ ରହିଛି । ୧୯୭୦ ଦଶକର ଶେଷ ଭାଗରେ ସ୍ୱିଡେନରୁ ଆରମ୍ଭ ହୋଇଥିବା ଏହି ଠେକୁଆମାନଙ୍କୁ ଏପରି କରିବା ପାଇଁ କୌଣସି ବାଧ୍ୟ କରାଯାଇନଥାଏ । ଏହି ଖେଳ ବର୍ତ୍ତମାନ ବିଭିନ୍ନ ଦେଶମାନଙ୍କରେ ମଧ୍ୟ ଆୟୋଜିତ ହେଉଛି । ଏହି ଖେଳ ଦେଖିବାକୁ ଶହଶହ ଲୋକ ଏକାଠି ହୋଇଥାଆନ୍ତି ।
Tags:




