ନିଲାମୀ ହେବ ମହାରାଣୀ ଏଲିଜାବେଥ୍‌ଙ୍କ ଡଲ୍‌

ବ୍ରିଟେନ: ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଏକ କେ„ଇର ନିଲାମୀ ଖୁବଶୀଘ୍ର ହେବ । ଏହା ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ ବୋଲି ଅନୁମାନ କରାଯାଉଛି । ମହାରାଣୀ ଏଲିଜାବେଥ୍‌ଙ୍କ ପାଇଁ ୧୯୨୯ ମସିହାରେ ଏହି କେ„ଇକୁ ବିଶେଷ ଭାବେ ତିଆରି କରାଯାଇଥିଲା । ଏହି ଡଲ୍‌ ଜର୍ମାନୀର ଏକ କମ୍ପାନୀ ‘ସ୍କୋନାଉ ହୋଫ୍‌ମେଇଷ୍ଟର’ ପ୍ରସ୍ତୁତ କରିଥିଲେ । ଏହାର ନାମ ‘କ୍ୱିନ୍‌ ଏଲିଜାବେଥ୍‌ ଦ୍ୱିତୀୟ’ ହିଁ ରଖାଯାଇଥିଲା । ଏହାକୁ ମହାରାଣୀଙ୍କ ପରି […]

Samaya Live Picture
Published On

ବ୍ରିଟେନ: ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଏକ କେ„ଇର ନିଲାମୀ ଖୁବଶୀଘ୍ର ହେବ । ଏହା ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ ବୋଲି ଅନୁମାନ କରାଯାଉଛି । ମହାରାଣୀ ଏଲିଜାବେଥ୍‌ଙ୍କ ପାଇଁ ୧୯୨୯ ମସିହାରେ ଏହି କେ„ଇକୁ ବିଶେଷ ଭାବେ ତିଆରି କରାଯାଇଥିଲା ।
ନିଲାମୀ ହେବ ମହାରାଣୀ ଏଲିଜାବେଥ୍‌ଙ୍କ ଡଲ୍‌

ଏହି ଡଲ୍‌ ଜର୍ମାନୀର ଏକ କମ୍ପାନୀ ‘ସ୍କୋନାଉ ହୋଫ୍‌ମେଇଷ୍ଟର’ ପ୍ରସ୍ତୁତ କରିଥିଲେ । ଏହାର ନାମ ‘କ୍ୱିନ୍‌ ଏଲିଜାବେଥ୍‌ ଦ୍ୱିତୀୟ’ ହିଁ ରଖାଯାଇଥିଲା । ଏହାକୁ ମହାରାଣୀଙ୍କ ପରି ତିଆରି କରାଯାଇଥିଲା । ଏହାର କେଶର ରଙ୍ଗ ସୁନେଲୀ ଏବଂ ଆଖି ମହାରାଣୀଙ୍କ ପରି ନୀଳ ହିଁ ଥିଲା । ହସୁଥିବା ଏହି ଡଲ୍‌କୁ ମହାରାଣୀଙ୍କ ପରି ପିଙ୍କ୍‌ ଡ୍ରେସ୍‌ ସହ ଅଏଲ୍‌ କ୍ଲଥ୍‌ ଜୋତା ଏବଂ ମୋଜା ମଧ୍ୟ ପିନ୍ଧାଯାଇଥିଲା । ଡଲ୍‌ର ବେଶ ପୋଷାକ ସେସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ୩ ବର୍ଷ ବୟସରେ ଏହି ଡଲ୍‌ ପରି ଦେଖାଯାଉଥିଲେ, କିନ୍ତୁ ରାଜକୀୟ ପରିବାର ଏହାର ଡିଜାଇନ ଉପରେ ଆପତ୍ତି ଉଠାଇଥିଲେ ।
ନିଲାମୀ ହେବ ମହାରାଣୀ ଏଲିଜାବେଥ୍‌ଙ୍କ ଡଲ୍‌

ଡଲ୍‌କୁ ଅଧିକ ଖରାପ କରାଯାଇଥିବା ଅଭିଯୋଗ କରିଥିଲେ । ଏଲିଜାବେଥ୍‌ ମାଙ୍କ ନିର୍ଦ୍ଦେଶ ପରେ ସେତେବେଳେ ଏହିପରି ଅଧିକ ଡଲ୍‌ ପ୍ରସୁତ କରିବାକୁ ଅନୁମତି ଦିଆଯାଇନଥିଲା । ରିପୋର୍ଟ ଅନୁଯାୟୀ ମହାରାଣୀଙ୍କ ମା ଚାହୁଁନଥିଲେ ଯେ ତାଙ୍କ ଝିଅକୁ ମୋଟା ବୋଲି ଚିତ୍ରଣ କରାଯାଉ । ଏହାପରେ ଡଲ୍‌ର ଉତ୍ପାଦନ ଉପରେ ରୋକ୍‌ ଲଗାଯାଇଥିଲା । ରାଜପରିବାରର ଏହି ସ୍ୱତନ୍ତ୍ର ଡଲ୍‌ ନଟିଂହାମସାଏରର ବାସିନ୍ଦା ବେଟି ଫକ୍ସଙ୍କ ପାଖରେ ଥିଲା । ୨୦୧୯ରେ ଫକ୍ସଙ୍କ ମୃତୁ୍ୟ ପରେ ରାଜପରିବାରର ଏହି ଡଲ୍‌ ବ୍ୟତୀତ ତାଙ୍କ ସଂଗୃହିତ ୫୦୦ଟି କେ„ଇର ଏବେ ନିଲାମୀ ହେବାକୁ ଯାଉଛି । ଯାହା ପାଇଁ ପୁଣି ଥରେ ଏହି ଡଲ୍‌ ଚର୍ଚ୍ଚାକୁ ଆସିଛି ।
ନିଲାମୀ ହେବ ମହାରାଣୀ ଏଲିଜାବେଥ୍‌ଙ୍କ ଡଲ୍‌

ନିଲାମୀ ଅଧିକାରଙ୍କ ସୂଚନା ଅନୁଯାୟୀ ବେଟି ଫକ୍ସ କେ„ଇ ସଂଗ୍ରହ କରିବାର ସଉକ ରଖିଥିଲେ । ବେଟିଙ୍କ ପାଖରେ ଉନବିଂଶ ଶତାବ୍ଦୀରୁ ଆରମ୍ଭ କରି ୧୯୬୦ ମସିହା ପର୍ଯ୍ୟନ୍ତର ସ୍ୱତନ୍ତ୍ର କେ„ଇ ରହିଛି । ନିଲାମୀ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଣୀ ଏଲିଜାବେଥ୍‌ଙ୍କ ଡଲ୍‌ ବହୁତ ଦୁର୍ଲଭ ହୋଇଥିବାରୁ ନିଲାମୀରେ ଏହାର ଖାସ୍‌ ସ୍ଥାନ ରହିବ ।