କେଶଠୁ ପତଳା କ୍ୟୁଆର କୋର୍ଡ
ଅଷ୍ଟ୍ରିଆର ବୈଜ୍ଞାନିକମାନେ ପ୍ରଯୁକ୍ତିବିଦ୍ୟା ଦୁନିଆରେ ଏକ ବଡ଼ ସଫଳତା ହାସଲ କରି ମଣିଷର କେଶଠାରୁ ମଧ୍ୟ ପତଳା ଏକ କ୍ୟୁଆର୍ କୋଡ୍ ପ୍ରସ୍ତୁତ କରିଛନ୍ତି, ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଟିୟୁ ଭିଏନାର ଗବେଷକମାନେ କ୍ରୋମିୟମ ନାଇଟ୍ରାଇଡ୍ର ଏକ ଅତି ପତଳା ସ୍ତରକୁ 'ଫୋକସଡ୍ ଆୟନ ବିମ୍' ଟେକ୍ନୋଲୋଜି ସାହାଯ୍ୟରେ କାଟି ଏହି ସୂକ୍ଷ୍ମ କୋଡ୍କୁ ତିଆରି କରିଛନ୍ତି । ମାତ୍ର ୧.୯୭୭ ସ୍କୋୟାର ମାଇକ୍ରୋମିଟର ଆକାରର ଏହି କ୍ୟୁଆର୍ କୋଡ୍ ଏତେ ଛୋଟ ଯେ ଏହାକୁ ଦେଖିବା ପାଇଁ ମାଇକ୍ରୋସ୍କୋପ୍ର ଆବଶ୍ୟକତା ପଡ଼ିଥାଏ । ବୈଜ୍ଞାନିକମାନଙ୍କର ଏହି ମାଇକ୍ରୋ-ଲେଭଲ୍ ସଫଳତା ପ୍ରମାଣିତ କରିଛି ଯେ ଏବେ ଅତି ସୂକ୍ଷ୍ମ ଢାଞ୍ଚାକୁ ମଧ୍ୟ ସଠିକ ଭାବେ ନିର୍ମାଣ କରାଯାଇପାରିବ। ଭବିଷ୍ୟତରେ ଏହି ଅଭିନବ ଜ୍ଞାନକୌଶଳ ଡାଟା ଷ୍ଟୋରେଜ୍, ସିକ୍ୟୁରିଟି ଏବଂ ମ୍ୟାଟେରିଆଲ ସାଇନ୍ସ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ସହ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ସୋସିଆଲ ମିଡିଆରେ ଏହି କ୍ୟୁଆର କୋଡ ଖୁବ ଭାଇରାଲ ହେଉଛି ।



