ପାରାକୁ ଖାଇବାକୁ ଦେବାରୁ ଦଣ୍ଡ

ପାରାକୁ ଖାଇବାକୁ ଦେବାରୁ ଦଣ୍ଡ
Ipsita Picture
By: Ipsita


ନିକଟରେ ମୁମ୍ବାଇର କୋର୍ଟରେ ଜଣେ ବ୍ୟକ୍ତିଙ୍କୁ ପାରାଙ୍କୁ ଖାଇବା ଦେବାରୁ ଦଣ୍ଡ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ନଗର ନିଗମ ପାରାଙ୍କୁ ଖାଇବାକୁ ଦେବା ସମୟରେ ଧରିଥିଲେ । ଏହାପରେ ଏ ସମ୍ପର୍କରେ ଅଦାଲତରେ କେସ କରାଯାଇଥିଲା । ଉକ୍ତ ମାମଲାରେ ସେହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ହଜାର ଟଙ୍କାର ଜରିମାନା ଲଗାଯାଇଛି । ତେବେ ଏହାପଛରେ ମଧ୍ୟ କାରଣ ରହିଛି । ପାରାଙ୍କର ଶୁଖିଲା ମଳ ମଣିଷଙ୍କ ପାଇଁ ଅନେକ ରୋଗର କାରଣ ହୋଇଥାଏ । ଏହାର ଶୁଖିଲା ଅଂଶ ଶ୍ୱାସକ୍ରିୟା ସାହାଯ୍ୟରେ ମଣିଷଙ୍କ ଶରୀରକୁ ଯିବାପରେ ଅନେକ ସମସ୍ୟା ହୋଇଥାଏ ଏବଂ ଘାତକ ମଧ୍ୟ ହୋଇଥାଏ । ତେଣୁ ମୁମ୍ବାଇର କିଛି ସ୍ଥାନରେ ପାରାଙ୍କୁ ଖାଇବା ଦେବା ଉପରେ ରୋକ ଲଗାଯାଇଛି । ତେଣୁ ଏହି ବ୍ୟକ୍ତି ଜଣଙ୍କ ଉକ୍ତ ନିୟମକୁ ନମାନିବାରୁ ତାଙ୍କ ବିରୋଧରେ ଏହି ଦଣ୍ଡ ବିଧାନ ହୋଇଛି ।

ସମ୍ବନ୍ଧିତ ଖବର ବ୍ୟଡମିଣ୍ଟନ ଖେଳୁଛି ରୋବଟ

Tags: