ସମୟାନୁବର୍ତ୍ତିତା ହେଲା କାଳ

ସମୟାନୁବର୍ତ୍ତିତା ହେଲା କାଳ
Ipsita Picture
By: Ipsita



ସାଧାରଣତଃ ଚାକିରି କରିବାବେଳେ ଅଫିସ ଆସିବାର ସମୟକୁ ଖୁବ ଅଧିକ ଧ୍ୟାନ ଦିଆଯାଇଥାଏ । ତେବେ ସ୍ପେନର ଏକ ଘଟଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ଟାଇମ୍‌ ଆଗରୁ ଅଫିସରେ ପହଞ୍ଚିବାରୁ ନିଜ ଚାକିରି ହରାଇଛନ୍ତି । କମ୍ପାନୀର ଏହି ନିଷ୍ପତ୍ତି ଉପରେ ମହିଳା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ମଧ୍ୟ କୋର୍ଟ କମ୍ପାନୀ ସପକ୍ଷରେ ହିଁ ରାୟ ଦେଇଥିଲେ । ସୂଚନା ଅନୁସାରେ ମହିଳାଜଣଙ୍କ ଏକ ଡେଲିଭରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତାଙ୍କର ଅଫିସ ଟାଇମ ୭.୩୦ ଥିଲା ହେଲେ ମହିଳା ଜଣଙ୍କ ସବୁବେଳେ ୬.୪୫ ରୁ ୭ ଟା ଭିତରେ ଅଫିସ୍‌ରେ ପହଞ୍ଚି ଯାଇଥାଆନ୍ତି । ଯାହାକୁ ନେଇ ତାଙ୍କ ମ୍ୟାନେଜର ଓ ଅନ୍ୟ ଅଫିସ କର୍ମଚାରୀ ବ୍ୟସ୍ତ ହେଉଥିଲେ । ଏ ସମ୍ପର୍କରେ ତାଙ୍କୁ କମ୍ପାନୀ ପକ୍ଷରୁ ଲିଖିତ ଭାବେ ମଧ୍ୟ ନୋଟିସ ଦିଆଯାଇଥିଲା କି ସେ ନିଜର ଏହି ଅଭ୍ୟାସ ବଦଳାନ୍ତୁ । ହେଲେ ସେ ନିଜ ଅଭ୍ୟାସରେ ପରିବର୍ତ୍ତନ କରିନଥିଲେ ତେଣୁ ତାଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କୋର୍ଟ ମଧ୍ୟ କମ୍ପାନୀର ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିଲେ ।

Read More ଲୁହ ବିକ୍ରି କରୁଛନ୍ତି ମହିଳା

Tags: