ପଞ୍ଚକୁ ମିଳିଲା ସାଥୀ

ପଞ୍ଚକୁ ମିଳିଲା ସାଥୀ
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ନିଜର ଏକୁଟିଆପଣ ପାଇଁ ଚର୍ଚ୍ଚାରେ ଥିବା ଜାପାନର କୁନି ମାଙ୍କଡ଼ 'ପଞ୍ଚ'କୁ ଶେଷରେ ଜଣେ ନୂଆ ସାଥୀ ମିଳିଯାଇଛି । ଜନ୍ମ ପରେ ମା’ ତାକୁ ଗ୍ରହଣ କରିବାକୁ ମନା କରିଦେବା ଏବଂ ଅନ୍ୟ ମାଙ୍କଡ଼ମାନଙ୍କ ଆକ୍ରମଣର ଶିକାର ହେବା ପରେ ପଞ୍ଚ ଅତ୍ୟନ୍ତ ଅସହାୟ ହୋଇପଡ଼ିଥିଲା । ସେହି ସମୟରେ ‘ଓରା-ମାମା’ ନାମକ ଏକ ଖେଳନା ମାଙ୍କଡ଼ ହିଁ ତା’ର ଏକମାତ୍ର ସାହାରା ପାଲଟିଥିଲା, ଯାହାର ଫଟୋ ସାରା ବିଶ୍ୱରେ ଭାଇରାଲ୍ ହୋଇଥିଲା । ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପଞ୍ଚ ଏବେ ଧୀରେ ଧୀରେ ଅନ୍ୟ ମାଙ୍କଡ଼ମାନଙ୍କ ସହ ମିଶିବା ଆରମ୍ଭ କରିଛି । ଯାହାଫଳରେ 'ମୋମୋ-ଚାନ' ନାମକ ଏକ ମାଙ୍କଡ଼ ସହ ତା’ର ଗଭୀର ବନ୍ଧୁତା ହୋଇଛି । ବର୍ତ୍ତମାନ ପଞ୍ଚ ଏବଂ ମୋମୋ-ଚାନଙ୍କ ଏକାଠି ଖେଳିବା ଓ ପରସ୍ପରକୁ କୁଣ୍ଢାଇ ଧରିବାର ଭିଡିଓ ପୁଣିଥରେ ଲୋକଙ୍କ ହୃଦୟ ଜିଣିବାରେ ଲାଗିଛି । ଯାହା ପ୍ରମାଣ କରୁଛି ଯେ ପ୍ରକୃତ ସ୍ନେହ ଓ ବନ୍ଧୁତା ଯେକୌଣସି ଦୁଃଖକୁ ଦୂର କରିପାରେ ।

Tags: