ବେକରେ ଟାଣିଲେ  ବସ

ବେକରେ ଟାଣିଲେ  ବସ
Ipsita Picture
By: Ipsita
Published On

 

କ୍ୟାରିବିୟାନ୍ ଦେଶ ଅରୁବାର ୪୯ ବର୍ଷୀୟ ଆଥଲେଟ୍ ଏଗମୋଣ୍ଡ ମୋଲିନା ନିଜ ବେକ ସାହାଯ୍ୟରେ ଏକ ବିଶାଳ ବସ୍ ଟାଣି ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରାୟ ୯ ହଜାର କିଲୋଗ୍ରାମ ଓଜନର ଏହି ବସକୁ ୬୫ ଫୁଟରୁ ଅଧିକ ଦୂରତା ପର୍ଯ୍ୟନ୍ତ ଟାଣି ନେଇଥିଲେ, ଯାହାକୁ ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଆଧିକାରିକ ଭାବେ ସ୍ୱୀକୃତି ପ୍ରଦାନ କରିଛି । ଏହି ପ୍ରକ୍ରିୟାରେ ସେ ୟୁକ୍ରେନର ଦିମିତ୍ରୋ ହୁନସ୍କିଙ୍କ ପୂର୍ବ ରେକର୍ଡ (୮ ହଜାର କିଲୋର ଗାଡ଼ି)କୁ ଭାଙ୍ଗିଛନ୍ତି। ମୋଲିନାଙ୍କ ଅନୁଯାୟୀ, ଏହି ଷ୍ଟଣ୍ଟ ସମୟରେ ଦଉଡ଼ିଟି ତାଙ୍କ ବେକ ଏବଂ ଶ୍ୱାସନଳୀ ଉପରେ ପ୍ରବଳ ଚାପ ପକାଉଥିଲା, ଯେଉଁଥିପାଇଁ ଶାରୀରିକ ଶକ୍ତି ପ୍ରୟୋଗ କରିବା ସହ ନିଜ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରିବା ସବୁଠାରୁ କଷ୍ଟକର ଥିଲା । ଏହା କେବଳ ଶାରୀରିକ ଶକ୍ତି ନୁହେଁ ବରଂ ମାନସିକ ସନ୍ତୁଳନର ମଧ୍ୟ ଏକ କଠିନ ପରୀକ୍ଷା ଥିଲା । ସୂଚନାଯୋଗ୍ୟ ଯେ, ମୋଲିନା ପୂର୍ବରୁ ଗୋଟିଏ ଆଙ୍ଗୁଠିରେ ବସ୍ ଟାଣିବା ଏବଂ ଦାନ୍ତରେ ଟ୍ରାମ୍ ଟାଣିବା ଭଳି ଅନେକ ଆଶ୍ଚର୍ଯ୍ୟଜନକ ଗିନିଜ୍ ରେକର୍ଡ ନିଜ ନାମରେ କରିସାରିଛନ୍ତି ।

Tags: