ଆଞ୍ଚଳିକ ଚଳଚ୍ଚିତ୍ର କରୁଛି କମାଲ
୨୦୨୪ ଓ ୨୫ରେ ଏଭଳି ଅନେକ ଓଡିଆ ଫିଲ୍ମ ରିଲିଜ୍ ହୋଇଛି ଯାହା ଜାତୀୟ ସ୍ତରରେ ଆଦୃତି ଲାଭ କରିଛି । ଏହି ଫିଲ୍ମ ଗୁଡିକ ଦର୍ଶକଙ୍କୁ ହଲକୁ ଟାଣିବାରେ ସଫଳ ହୋଇଛି । କିଛି ଫିଲ୍ମ ନିଜର କାହାଣୀ ଓ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛି । ଏହି ତାଲିକାରେ ସାମଲ ଅଛନ୍ତି ଏକାଧିକ ଫିଲ୍ମ । ସବୁଠାରୁ ଆଗରେ ରହିଛି ଚଳଚ୍ଚିତ୍ର ପୁସ୍କରା । ଏହି ଫିଲ୍ମଟି ଚଳିତ […]
୨୦୨୪ ଓ ୨୫ରେ ଏଭଳି ଅନେକ ଓଡିଆ ଫିଲ୍ମ ରିଲିଜ୍ ହୋଇଛି ଯାହା ଜାତୀୟ ସ୍ତରରେ ଆଦୃତି ଲାଭ କରିଛି । ଏହି ଫିଲ୍ମ ଗୁଡିକ ଦର୍ଶକଙ୍କୁ ହଲକୁ ଟାଣିବାରେ ସଫଳ ହୋଇଛି । କିଛି ଫିଲ୍ମ ନିଜର କାହାଣୀ ଓ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛି । ଏହି ତାଲିକାରେ ସାମଲ ଅଛନ୍ତି ଏକାଧିକ ଫିଲ୍ମ । ସବୁଠାରୁ ଆଗରେ ରହିଛି ଚଳଚ୍ଚିତ୍ର ପୁସ୍କରା । ଏହି ଫିଲ୍ମଟି ଚଳିତ ଜାତୀୟ ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଛି । ଫିଲ୍ମଟିରେ ସବ୍ୟସାଚୀ ମହାପାତ୍ରଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ମିଳିଥିଲା । ଫିଲ୍ମଟିର କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ଏହା ଜାତୀୟସ୍ତରରେ ବି ପ୍ରଶଂସାର ପାତ୍ର ହୋଇଛି । ଏହି କ୍ରମରେ ଆଉଏକ ଫିଲ୍ମ ହେଲା ଅନନ୍ତା, ଯେଉଁଥିରେ ଅନନ୍ତା ଭୂମିକାରେ ସବ୍ୟସାଚୀଙ୍କୁ ଦର୍ଶକ ଦେଖିଥିଲେ । ଓଡ଼ିଶାର ପ୍ରତିଟି ଘରେଘରେ ପରିଚିତ ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ରାଣ୍ଡି ପୁଅ ଅନନ୍ତାକୁ ଆଧାରିତ କରି ନିର୍ମାଣ କରାଯାଇଥିଲା । ଦର୍ଶକ ଏହାକୁ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳିଥିଲା । ସେହିଭଳି ଏହି ସମସ୍ତ ଓଡ଼ିଆ ଫିଲ୍ମ ଆୟ ମଧ୍ୟ ଖୁବ ଭଲ କରିଥିଲେ । ତେଣୁ ଏହାକୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ପରିବର୍ତ୍ତନର ଧାରା ବୋଲି ସମ୍ଭୋଧନ କରାଯାଉଛି । ସେହିପରି ନିକଟରେ ପରଦାକୁ ଆସିଛି ଅନୁଭବ ମହାନ୍ତିଙ୍କର ଫିଲ୍ମ ଚାରିଧାମ ଯେଉଁଥିରେ ବାପା ମାଙ୍କର ପ୍ରତି ସନ୍ତାନର କର୍ତ୍ତବ୍ୟକୁ ଖୁବ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । ଏଥିରେ କିଭଳି ଜଣେ ପୁଅ ତାର ବାପା ମାଆଙ୍କୁ ଚାରିଧାମ ଯାତ୍ରା କରାଇଛି ସେ ବିଷୟରେ ବର୍ଣ୍ଣନା କରାଯାଇଛି । ଫିଲ୍ମଟିକୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଆଉ ଏକ ସିନେମା ଚାଲେଞ୍ଜରକୁ ମଧ୍ୟ ଦର୍ଶକ ଭଲପାଇବା ଦେଉଛନ୍ତି । ଏଥିରେ ଅର୍ଦ୍ଧେନ୍ଦୁ ଓ ଏଲିନାଙ୍କ ଯୋଡି ପରଦାରେ ଦେଖିବାକୁ ମିଳିଛି । ଆଉ ଏକ ଫିଲ୍ମ ଯାହା ବିଗତ ଦିନରେ ଓଡିଆ ଚଳଚ୍ଚିତ୍ର ତଥା ଓଲିଉଡକୁ ଜାତୀୟସ୍ତରରେ ପରିଚିତ କରାଇଥିଲା ତାହା ହେଉଛି ଫିଲ୍ମ ଦମନ । ୨୦୨୨ରେ ଓଡିଆରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ପୁଣିଥରେ ମେକର୍ସମାନେ ୨୦୨୩ରେ ହିନ୍ଦୀରେ ରିଲିଜ କରିଥିଲେ । ଉଭୟ ଭାଷାରେ ଫିଲ୍ମକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ସାରା ଭାରତରେ ଏହି ଫିଲ୍ମର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିଲା । କାହାଣୀଟି ନିଚ୍ଛକ ଓଡିଆ ଡାକ୍ତରଙ୍କର କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଥିଲା । କିଭଳି ଜଣେ ଡାକ୍ତର ମାଲକାନଗିରିରେ କାମ କରିବା ସମୟରେ କେଉଁକେଉଁ ପରିସ୍ଥିତିର ସାମନା କରୁଛି, ତାକୁ ନେଇ କାହାଣୀର ନିର୍ମାଣ କରାଯାଇଥିଲା । ତେବେ କେବଳ ଓଡିଆ ନୁହେଁ ଏହିପରି ଅନେକ ଆଞ୍ଚଳିକ ଇଣ୍ଡଷ୍ଟ୍ରୀ ରହିଛି ଯେଉଁମାନେ ଦର୍ଶକଙ୍କ ମନକୁ ଲୋଭିବାରେ ଲାଗିଛନ୍ତି । ସେମାନେ ହଲକୁ ଦର୍ଶକଙ୍କୁ ଆଣିବାରେ ସଫଳ ହୋଇଛନ୍ତି । ବିଗତ ତିନିବର୍ଷର ରେକର୍ଡ ଦେଖିଲେ ବକ୍ସ ଅଫିସର ତଥ୍ୟ ମଧ୍ୟ ଏହି ବିଷୟ ସଂକ୍ରାନ୍ତରେ ଅନେକ କିଛି କହୁଛି । ୨୦୨୪ର ରିପୋର୍ଟ ଦେଖିଲେ ସମସ୍ତ ଆଞ୍ଚଳିକ ଫିଲ୍ମଙ୍କର ଆୟ ଖୁବ ଅଧିକ ରହିଛି । ଏପରିକି ଅନେକ ଫିଲ୍ମ ବଲିଉଡର ବଡ ବଡ ପ୍ରୋଜେକ୍ଟର ରେକର୍ଡ କାଟିଥିବା ନଜରକୁ ଆସିଛି । ଯାହା ଦର୍ଶାଇଛି କି ଲୋକମାନେ ଆଞ୍ଚଳିକ ଫିଲ୍ମକୁ ଭଲପାଇବା ଦେଉଛନ୍ତି । ତଥ୍ୟ ଅନୁସାରେ ହିନ୍ଦି ସିନେମାର ବକ୍ସ ଅଫିସ କଲେକସନ୍ ୨୦୨୩ରେ ୪୪ ପ୍ରତିଶତ, ୨୦୨୪ରେ ୪୦ ପ୍ରତିଶତ କମିଛି । ସେହିଭଳି ହିନ୍ଦି ସିନେମାରୁ ଡବିଂ ଫିଲ୍ମ କାଟିଦେଲେ ଏହାର ଆୟ ୩୭ ପ୍ରତିଶତ କମିଥିବା ନଜରକୁ ଆସୁଛି । ୨୦୨୪ରେ ବିଶେଷଭାବେ ସାଉଥ ଫିଲ୍ମ ଗୁଡିକ ହିନ୍ଦି ଫିଲ୍ମର କଲେକସନ୍ ଉପରେ ନକାରାତ୍ମକ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଥିଲା । ତେଲୁଗୁ, ତାମିଲ, ମଲାୟଲମ, କନାଡା ଭାଷାର ଫିଲ୍ମ ଗୁଡିକ ବଲିଉଡ ଫିଲ୍ମଠାରୁ ୨୦ ପ୍ରତିଶତ ଅଧିକ ଆୟ କରିଥିବା ଜଣା ପଡିଥିଲା । ସାଉଥ ଇଣ୍ଡିଆର ଫିଲ୍ମ ଇଣ୍ଡଷ୍ଟ୍ରୀ ଯେପରି ବର୍ତ୍ତମାନ ମନୋରଞ୍ଜନ ମାର୍କେଟର ନୂଆ ଲିଡର ଭାବେ ଉଭା ହୋଇଛି ।




