ପ୍ରଫେସନାଲ ଜଳପରୀ ଫେଲିସିଆ
ଆମେରିକା: ପ୍ରାୟତଃ ଆପଣ ସମସ୍ତେ ଜଳପରୀ କିମ୍ବା ମତ୍ସ୍ୟକନ୍ୟାର କାହାଣୀ ଶୁଣିଥିବେ କିମ୍ବା ଫିଲ୍ମ ଦେଖିଥିବେ । ତେବେ ଦୁନିଆରେ ସେମାନେ ପ୍ରକୃତରେ ଅଛନ୍ତି କି ନାହିଁ ସେସମ୍ପର୍କରେ ଆଜିପର୍ଯ୍ୟନ୍ତ କେହି ବି ନିଶ୍ଚିତ ହୋଇପାରିନାହାନ୍ତି । ହେଲେ ନିକଟରେ ଏପରି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ, ଭାଇରାଲ ଯୁବତୀ ଜଣଙ୍କ ମରମିଡ୍ ବା ଜଳପରୀ କାହାଣୀ ପ୍ରତି ଏତେ ଆକର୍ଷିତ ହୋଇଛନ୍ତି ଯେ […]
ଆମେରିକା: ପ୍ରାୟତଃ ଆପଣ ସମସ୍ତେ ଜଳପରୀ କିମ୍ବା ମତ୍ସ୍ୟକନ୍ୟାର କାହାଣୀ ଶୁଣିଥିବେ କିମ୍ବା ଫିଲ୍ମ ଦେଖିଥିବେ । ତେବେ ଦୁନିଆରେ ସେମାନେ ପ୍ରକୃତରେ ଅଛନ୍ତି କି ନାହିଁ ସେସମ୍ପର୍କରେ ଆଜିପର୍ଯ୍ୟନ୍ତ କେହି ବି ନିଶ୍ଚିତ ହୋଇପାରିନାହାନ୍ତି । ହେଲେ ନିକଟରେ ଏପରି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ, ଭାଇରାଲ ଯୁବତୀ ଜଣଙ୍କ ମରମିଡ୍ ବା ଜଳପରୀ କାହାଣୀ ପ୍ରତି ଏତେ ଆକର୍ଷିତ ହୋଇଛନ୍ତି ଯେ ବର୍ତ୍ତମାନ ସେ ଜଣେ ପେସାଦାର ଜଳପରୀରେ ପରିବର୍ତ୍ତିତ ହୋଇଯାଇଛନ୍ତି । ଉକ୍ତ ମହିଳାଙ୍କ ନାମ ହେଉଛି ଫେଲିସିଆ ।

ସେ ୮ ବର୍ଷ ପୂର୍ବେ ପେସାଦାର ମରମେଡ୍ର ଚାକିରି କରିଥିଲେ । ତାଙ୍କ କାର୍ଯ୍ୟକୁ ସୁନ୍ଦର ଏବଂ ନିଖୁଣ ଭାବେ ସମ୍ପାଦିତ କରିବା ପାଇଁ ଫେଲିସିଆ ସ୍କୁବା ଡାଇଭିଂର ତାଲିମ ମଧ୍ୟ ନେଇଛନ୍ତି । ପରବର୍ତ୍ତୀ ସମୟରେ ନିଜ ପାଇଁ ଏକ ଲାଞ୍ଜ କିଣିଥିଲେ । ଏହି ସିଲିକନ୍ ଲାଞ୍ଜ ତିଆରି କରିବା ପାଇଁ ତାଙ୍କର ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ବର୍ତ୍ତମାନ ସେ ଆମେରିକାର ବହୁ ସ୍ଥାନରେ ନିଜ କଳା ପ୍ରଦର୍ଶନ କରୁଛନ୍ତି । ଏକ ଟ୍ୟାଙ୍କ୍ ଭିତରେ ପାଖାପାଖି ଏକ ଘଣ୍ଟାର ସିଫଫ କରିଥାନ୍ତି ଏବଂ ଦର୍ଶକଙ୍କ ଆଗରେ କଳା ଏବଂ କୌତୁହଳ ଦେଖାଇଥାନ୍ତି । ଏକ ସାକ୍ଷାତକାରରେ ଫେଲିସିଆ କହିଛନ୍ତି ଯେ ଯେତେବେଳେ ସେ ଏହି ବୃତ୍ତି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଏଥିରେ ଏକ୍ସପର୍ଟ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଜଳପରୀ ହେବାର ଟ୍ରେନିଂ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବା ସତ୍ତେ୍ୱ ନିଜ କାମକୁ ଉପଭୋଗ କରିଥିଲେ ବୋଲି ଫେଲିସିଆ କହିଛନ୍ତି ।

ତେବେ ଫେଲିସିଆଙ୍କ ବୃତ୍ତି ଏବଂ ଜଳପରୀ ହେବାର ନିଶାକୁ ଦେଖି ସୋସିଆଲ ମିଡିଆ ୟୁଜର ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏଥିସହ ଫେଲିସିଆଙ୍କ ଫଟୋ ବହୁତ ଭାଇରାଲ ହେଉଛି ।




