ଖାଲି ବସିବାକୁ ଅର୍ଥ

ଖାଲି ବସିବାକୁ ଅର୍ଥ
Ipsita Picture
By: Ipsita


ସାଧାରଣତଃ ଖାଲିରେ ବସି ରହିଲେ ସମସ୍ତେ କୁହନ୍ତୁ ପଇସା କେଉଁଠୁ ଆସିବ, ସେଥିପାଇଁ ସମସ୍ତେ କର୍ମ କରିବାକୁ ପରାମର୍ଶ ଦେଇଥାଆନ୍ତି । ହେଲେ ପଞ୍ଜାବରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତାର ଆୟୋଜନ କରାଯାଉଛି, ଯେଉଁଥିରେ ଖାଲିରେ ବସିବାକୁ ପଇସା ମିଳୁଛି । ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ସାଇକେଲ ସହିତ ୪୫୦୦ ଟଙ୍କା ମିଳୁଥିବାବେଳେ ଯିଏ ରନର୍ସଅପ ହେବା ତାଙ୍କୁ ୨୫୦୦ ଓ ଥାର୍ଡ ରନର୍ସଅପଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତାରେ ୫୫ରୁ ଅଧିକ ଲୋକ ଭାଗନେଇସାରିଲେଣି । ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଏଣ୍ଟ୍ରି ଫି ନାହିଁ କି ଫିସ୍‌ ମଧ୍ୟ ନାହିଁ । ଏହି ପ୍ରତିଯୋଗିତାରେ ଭାଗନେବାକୁ ହେଲେ ମୋବଇଲ ସାଙ୍ଗରେ ରଖିବ ନାହିଁ, ପ୍ରତିଯୋଗିତା ମଝିରେ ଶୌଚାଳୟ ଯାଇପାରିବ ନାହିଁ , ଶୋଇ ପାରିବ ନାହିଁ, ଖାଇବ ନାହିଁ କି କୌଣସି ଖେଳ ମଧ୍ୟ ଖେଳିବ ନାହିଁ । ତେବେ ଏଭଳି ପ୍ରତିଯୋଗିତା ପଛର କାରଣ ଲୋକଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ।

Read More ମାରାଥନରେ ବତକ

Tags: