କଏଦୀ ଗିଳିଲା ଥାନା ଚାବି

କଏଦୀ ଗିଳିଲା ଥାନା ଚାବି
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳେ ଯାହା ଖୁବ ଆଶ୍ଚର୍ଯ୍ୟଜନକ ହୋଇଥାଏ । ସେହିଭଳି ଏକ ଘଟଣା ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ବଞ୍ଚିବା ପାଇଁ ଲକ୍-ଅପ୍ ଚାବି ଗିଳି ଦେଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ମଦନାୟକନହଲ୍ଲୀ ପୋଲିସ ଜଣେ ୧୭ ବର୍ଷୀୟା ନାବାଳିକା ନିଖୋଜ ମାମଲାରେ  ଜଣେ ଯୁବକକୁ ଗିରଫ କରିଥିଲା । କିନ୍ତୁ ଯେତେବେଳେ ତାଙ୍କୁ ପକ୍ସୋ ଆକ୍ଟରେ ମାମଲା ରୁଜୁ ହେବା ବିଷୟରେ ଜଣାପଡ଼ିଲା, ସେ ଭୟଭୀତ ହୋଇ ଥାନାର ଚାବିକୁ ଗିଳି ଦେଇଥିଲେ। ପୋଲିସ ଅଧିକାରୀମାନେ ଚାବିଟିକୁ ପେଟରୁ ବାହାର କରିବା ପାଇଁ ଏକ ଅଜବ ଉପାୟ ଆପଣେଇ ଅଭିଯୁକ୍ତକୁ ପ୍ରାୟ ୧୦ କିଲୋ କଦଳୀ ଖୁଆଇଥିଲେ । ଏହାପରେ ଶେଷରେ ବିଳମ୍ବିତ ରାତିରେ ମଳ ଦ୍ୱାର ଦେଇ ଚାବିଟି ବାହାରକୁ ଆସିଥିଲା । ଘଟଣାଟି ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

Tags: