ରୋକନ୍ତୁ ମଶା ସଂକ୍ରମିତ ରୋଗ

ରୋକନ୍ତୁ ମଶା ସଂକ୍ରମିତ ରୋଗ
Ipsita Picture
By: Ipsita
Published On

 

ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମା ହେବା ସହ ଆର୍ଦ୍ର ପରିବେଶ ସୃଷ୍ଟି ହେଉଥିବାରୁ ମଶାଙ୍କ ବଂଶ ବୃଦ୍ଧି ହାର କ୍ଷିପ୍ର ହୋଇଥାଏ । ଯାହାଫଳରେ ଡେଙ୍ଗୁ, ମ୍ୟାଲେରିଆ, ଚିକନଗୁନିଆ, ଫାଇଲେରିଆ ଏବଂ ଜାପାନୀ ଇନ୍ସେଫାଲାଇଟିସ୍ଭଳି ମାରାତ୍ମକ ରୋଗର ଆଶଙ୍କା ବଢ଼ିଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ସ୍ପ୍ରେ, ଲିକ୍ୱିଡ୍ ଭେପୋରାଇଜର ପରି ରିପେଲେଣ୍ଟ ବ୍ୟବହାର କରିବା ଦ୍ୱାରା ମଶା କେବଳ ଦୂରେଇ ରହନ୍ତି । ହେଲେ ଅସଲ ସୁରକ୍ଷା ପାଇଁ ମଶାଙ୍କ ବଂଶବୃଦ୍ଧି ରୋକିବା ଓ ସ୍ୱଚ୍ଛତା ଅବଲମ୍ବନ କରିବା ଜରୁରୀ । ବିଶେଷ କରି ୨-୩ ଦିନ ଧରି ଜମି ରହୁଥିବା ସଫା କିମ୍ବା ମଇଳା ପାଣିରେ ଏଡିସ୍, ଆନୋଫିଲିସ୍ ଓ କ୍ୟୁଲେକ୍ସ ଭଳି ମଶାଙ୍କ ଅଣ୍ଡା ଓ ଲାର୍ଭା ଶୀଘ୍ର ବିକଶିତ ହୋଇଥାନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଘର ଓ ପାରିପାର୍ଶ୍ୱିକ ଅଞ୍ଚଳରେ ପାଣି ଜମିବାକୁ ନଦେବା ସହ ଶୁଖିଲା ନିମ୍ବ ପତ୍ରର ଧୂଆଁ, କପୁର ଜାଳିବା, ଲେମନ୍ଗ୍ରାସ୍ ଅଏଲ୍ ସ୍ପ୍ରେ, କବାଟ-ଝରକା ନିକଟରେ ତୁଳସୀ ଗଛ ରଖିବା ଏବଂ ରସୁଣ ସିଝା ପାଣି ସ୍ପ୍ରେ କରିବା ଭଳି ଘରୋଇ ଉପଚାର ବେଶ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ । ତେବେ କେମିକାଲ୍ ସ୍ପ୍ରେ ବ୍ୟବହାର ସମୟରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ  ବା ଭେଣ୍ଟିଲେସନ୍ ପ୍ରତି ଧ୍ୟାନ ଦେବା ସହ ଶିଶୁ, ବୃଦ୍ଧ ଓ ଶ୍ୱାସରୋଗୀଙ୍କ କ୍ଷେତ୍ରରେ ଏହାର ସୀମିତ ବ୍ୟବହାର କରିବା ଉଚିତ୍ ।

Tags: