ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ
Ipsita Picture
By: Ipsita
Published On

 

ଆମେରିକାରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଅଗ୍ନିଶମ କର୍ମଚାରୀ ଅମ୍ଳଜାନ ମାସ୍କ ଲଗାଇ ଏକ କପୋତର ଜୀବନ ବଞ୍ଚାଇଛନ୍ତି । ବାସ୍ତବରେ, କାଲିଫର୍ଣ୍ଣିଆରେ ଲାଗିଥିବା ନିଆଁର ପ୍ରବଳ ଧୂଆଁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା ।  ପକ୍ଷୀଟିର ଏଭଳି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଜଣେ ଦମକଳକର୍ମୀ ତୁରନ୍ତ ଏକ ଛୋଟ ଅକ୍ସିଜେନ ମାସ୍କ ସାହାଯ୍ୟରେ ତାକୁ ପ୍ରାକୃତିକ ବାୟୁ ପ୍ରଦାନ କରିଥିଲେ । ଯାହାଫଳରେ ମାତ୍ର କିଛି ମିନିଟ୍ ମଧ୍ୟରେ କପୋତଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ସେ ପୁଣିଥରେ ଆକାଶକୁ ଉଡ଼ିଯାଇଥିଲା । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଲୋକମାନେ ଦମକଳକର୍ମୀଙ୍କର ଏହି ସମ୍ବେଦନଶୀଳତାର ଭୂୟସୀ ପ୍ରଶଂସା କରିବା ସହ ଅନେକ ୟୁଜର୍ସ ଏହାକୁ ମାନବିକତାର ଏକ ଅନନ୍ୟ ଉଦାହରଣ ବୋଲି ଅଭିହିତ କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କର ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଂଶସା କରୁଥିବା ଦେଖିବାକୁ ମିଳୁଛି ।

Tags: