ଓଡ଼ିଶାରେ ମକର ସଂକ୍ରାନ୍ତିରେ ଭୋଗ ପ୍ରସ୍ତୁତି

ସମସ୍ତ ସଂକ୍ରାନ୍ତିରେ ସଂକ୍ରାନ୍ତି ପୁରୁଷ (ଦେବତା)ଙ୍କୁ ଭୋଗ ଅର୍ପଣ କରାଯାଇଥାଏ I କିନ୍ତୁ ମକର ସଂକ୍ରାନ୍ତରେ ଭୋଗ ପ୍ରସ୍ତୁତି ଟିକେ ନିଆରା ଇ ମକର ସଂକ୍ରାନ୍ତିର ଦେବତା ହେଉଛନ୍ତି ସୂର୍ଯ୍ୟ I ମକର ଏକ କୃଷି ଭିତ୍ତିକ ପର୍ବ I ମକର ପୂର୍ବରୁ ପ୍ରାୟତଃ ସମସ୍ତ ପ୍ରକାର ଫସଲ ଅମଳ ହୋଇ ସରିଥାଏ I ନୂଆ ଚାଉଳ,ସାଙ୍ଗକୁ ଆଖୁ ,ଶସ୍ୟ ଜାତୀୟ ବିରି,ରାଶି ଇତ୍ୟାଦି I ଆମ ପରମ୍ପରା ଅନୁସାରେ ଆମେ ପ୍ରଥମ ଶସ୍ଯକୁ ଠାକୁରଙ୍କୁ ଅର୍ପଣ […]

Samaya Live Picture
Published On

ସମସ୍ତ ସଂକ୍ରାନ୍ତିରେ ସଂକ୍ରାନ୍ତି ପୁରୁଷ (ଦେବତା)ଙ୍କୁ ଭୋଗ ଅର୍ପଣ କରାଯାଇଥାଏ I କିନ୍ତୁ ମକର ସଂକ୍ରାନ୍ତରେ ଭୋଗ ପ୍ରସ୍ତୁତି ଟିକେ ନିଆରା ଇ ମକର ସଂକ୍ରାନ୍ତିର ଦେବତା ହେଉଛନ୍ତି ସୂର୍ଯ୍ୟ I ମକର ଏକ କୃଷି ଭିତ୍ତିକ ପର୍ବ I ମକର ପୂର୍ବରୁ ପ୍ରାୟତଃ ସମସ୍ତ ପ୍ରକାର ଫସଲ ଅମଳ ହୋଇ ସରିଥାଏ I ନୂଆ ଚାଉଳ,ସାଙ୍ଗକୁ ଆଖୁ ,ଶସ୍ୟ ଜାତୀୟ ବିରି,ରାଶି ଇତ୍ୟାଦି I ଆମ ପରମ୍ପରା ଅନୁସାରେ ଆମେ ପ୍ରଥମ ଶସ୍ଯକୁ ଠାକୁରଙ୍କୁ ଅର୍ପଣ କରିଥାଉ I ତେଣୁ ମକର ସମୟରେ ଅମଳ ହୋଇଥିବା ସମସ୍ତ ଫଳ ମୂଳ ମିଶାଇ ଗୋଟିଏ ଶିରିଣି ଭୋଗ ପ୍ରସ୍ତୁତ କରାଯାଇଥାଏ I ଏଥିରେ ନୂଆ ଚାଉଳ ଗୁଣ୍ଡ ମଧ୍ୟ ମିଶା ଯାଏ ତେଣୁ ଏହାକୁ କେତେକ ସ୍ଥାନରେ ମକର ଚାଉଳ ବୋଲି କୁହା ଯାଇଥାଏ I

ମକର ଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ । ମକର ପୂର୍ବଦିନ ଧାନ ଖଳାକୁ ପରିସ୍କାର ଭାବରେ ଗୋବରରେ ଲିପା ପୋଛା କରାଯାଇ ମହି ଖୁମ୍ବ ଚାରିପଟେ ଝୋଟି ଚିତା ଦିଆ ଯାଇଥାଏ I ଏହା ସହିତ ଧାନ ଅମଳ ବା ବିଲ କାମରେ ଲାଗିଥିବା ଟୋକେଇ,ପାଛିଆ,ମାଣ ଏବଂ କୁଲାକୁ ମଧ୍ୟ ମାଟି ଗୋବରରେ ଲିପା ପୋଛା କରି ଶୁଖାଇ,ତା’ଦେହରେ ପିଠୋଉରେ ଝୋଟି ଦିଆ ଯାଇ ମହୀଖୁମ୍ବ ନିକଟରେ ରଖା ଯାଏ I ମକର ଦିନ ସକାଳେ ‘ମକର ଚାଉଳ’ ଭୋଗ ପ୍ରସ୍ତୁତ କରି ପ୍ରଥମେ ସୂର୍ଯ୍ୟ ଦେବଙ୍କ ସହିତ ଧାନ ଖଳା ମହି ଖୁମ୍ବ ନିକଟରେ ପୂଜା କରି ଭୋଗ ଲାଗ ଯାଏ I ଭାବେ ପରିଚିତ । ଏହା ପରେ ଏହି ଭୋଗ ଖିଆଖେଇ ହୋଇ ଲୋକେ ‘ମକର'(ସଙ୍ଗାତ/ମୈତ୍ର) ବସନ୍ତି । ମକରକୁ ସାହି ସାହି ରେ ମଧ୍ୟ ବଣ୍ଟାଯାଇଥାଏ ଇ ପ୍ରସ୍ତୁତ ହୋଇଥିବା ମକରରେ ଚାଉଳ ଗୁଣ୍ଡ ଓ ଗୁଡ଼ ରୁ ତିଆରି ଏକ ପ୍ରକାର ମିଠା ଜିନିଷ ଯାହାକୁ ‘ତିଳଉ’ ମିଶାଇ ବଣ୍ଟା ଯାଇଥାଏ I କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ । ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥା’ନ୍ତି ।