ଗର୍ଭଧାରଣ ପରବର୍ତ୍ତୀ ସତର୍କତା

ଗର୍ଭଧାରଣ ପରବର୍ତ୍ତୀ ସତର୍କତା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଜାତୀୟ ପର୍ଯ୍ୟଟନ ଦିବସ

ସମ୍ବନ୍ଧିତ ଖବର କାଚ ବର୍ଷା ହେଉଥିବା ଗ୍ରହ

 

 ଗର୍ଭଧାରଣପର ସମୟରେ ମା' ଏବଂ ଶିଶୁର ସୁରକ୍ଷା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା କିଭଳି ସେହି ସମୟରେ ମା ତଥା ଶିଶୁର ଯତ୍ନ ନିଆଯିବ ।

ସମ୍ବନ୍ଧିତ ଖବର ଜାତୀୟ ମତଦାତା ଦିବସ

୧. ନିରନ୍ତର ନିରୀକ୍ଷଣ : ଗର୍ଭଧାରଣ ପରେ ମଧ୍ୟ ହୃଦ୍ରୋଗଜନିତ ବିପଦର ଆକଳନ ଜାରି ରଖିବା ଏବଂ ଗର୍ଭବତୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା।

୨. ନିୟମିତ ଯାଞ୍ଚ : ଗର୍ଭକାଳୀନ ସମୟରେ କେଉଁ ସମୟରେ ଏବଂ କେତେଥର ଡାକ୍ତରୀ ପରୀକ୍ଷା କରାଯିବ, ତାହାର ଏକ ସଠିକ୍ ସମୟ ସାରଣୀ ପ୍ରସ୍ତୁତ କରିବା ।

୩. ଗର୍ଭପାତ ସମ୍ବନ୍ଧୀୟ ପରାମର୍ଶ : ଯଦି ହୃଦ୍ରୋଗ ଯୋଗୁଁ ମା'ର ଜୀବନ ପ୍ରତି ବିପଦ ଥାଏ, ତେବେ ଆବଶ୍ୟକ ସ୍ଥଳେ ଚିକିତ୍ସା ବିଜ୍ଞାନ ସମ୍ମତ ଗର୍ଭପାତ  ପାଇଁ ପରାମର୍ଶ ଓ ସହଯୋଗ ପ୍ରଦାନ କରିବା ।

୪ ହୃଦ୍ରୋଗର ପରିଚାଳନା : ଗର୍ଭାବସ୍ଥା ସମୟରେ ହୃଦ୍ରୋଗର ସଠିକ୍ ଚିକିତ୍ସା ଏବଂ ପରିଚାଳନା ପାଇଁ ଉପଯୁକ୍ତ ଉପଦେଶ ଦେବା ।

୫ ଅସ୍ତ୍ରୋପଚାର ଯୋଜନା : ଯଦି ହୃତପିଣ୍ଡ ପାଇଁ କୌଣସି ଅସ୍ତ୍ରୋପଚାର ବା ସର୍ଜିକାଲ୍ ଚିକିତ୍ସାର ଆବଶ୍ୟକତା ପଡ଼େ, ତେବେ ତାହା ପାଇଁ ପୂର୍ବରୁ ଯୋଜନା କରିବା ।

୬ . ନୂତନ ରୋଗର ଚିକିତ୍ସା : ଗର୍ଭାବସ୍ଥା ସମୟରେ ଯଦି କୌଣସି ନୂଆ ହୃଦ୍ରୋଗ ଚିହ୍ନଟ ହୁଏ, ତେବେ ତୁରନ୍ତ ତାହାର ପରିଚାଳନା ଓ ପରାମର୍ଶ ବ୍ୟବସ୍ଥା କରିବା ।

୭ . ଡାକ୍ତରଖାନାରେ ଭର୍ତ୍ତି : ସୁରକ୍ଷିତ ପ୍ରସବ ପାଇଁ ଆବଶ୍ୟକ ପଡ଼ିଲେ ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ବ୍ୟବସ୍ଥା କରିବା ।

୮ . ଜଟିଳତା ଉପରେ ନଜର : ଗର୍ଭାବସ୍ଥାରେ ହୃତପିଣ୍ଡରେ ଦେଖାଦେଉଥିବା ଯେକୌଣସି ଜଟିଳତା ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ସେହି ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ।

Tags: