ଉଦ୍ଭାବନର ସମ୍ଭାବନା
୨୦୨୬ ବିଜ୍ଞାନ କ୍ଷେତ୍ରରେ ଅନେକ ନୂଆ ଉଦ୍ଭାବନ ଓ ପ୍ରକଳ୍ପର ବର୍ଷ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ଏହି ବର୍ଷ ପୃଥିବୀକୁ ଏଭଳି ଅନେକ ଯୁଗାନ୍ତକାରୀ ପ୍ରକଳ୍ପ ମିଳିବ ଯାହା ସମାଜକୁ ଆହୁରି ଅନେକ ଆଗକୁ ନେବ । ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରକଳ୍ପ ସମ୍ପର୍କରେ ଯାହା ଉଦ୍ଭାବନର ସମ୍ଭାବନା ସାଜିବ ।
ଏଆଇ
ଆଜିକାଲି ସବୁ ସ୍ଥାନରେ ଏଆଇର ବ୍ୟବହାର ବଢିବାରେ ଲାଗିଛି । ତେବେ ୨୦୨୬କୁ ଏଆଇର ବର୍ଷ ବୋଲି ଅନେକ ବିବେଚନା କରିବା ଆରମ୍ଭ କରିଛନ୍ତି । ବିଜ୍ଞାନ କ୍ଷେତ୍ରରେ ଏଆଇର ବ୍ୟବହାର ଏହି ବର୍ଷ ଖୁବ ବଢିବ ବୋଲି ବୌଜ୍ଞାନିକମାନେ ଆକଳନ କରିଛନ୍ତି । ଚଳିତ ବର୍ଷ ଅନେକ ବଡବଡ ପ୍ରକଳ୍ପ ଏଆଇକୁ ଧ୍ୟାନରେ ରଖି ନିର୍ମାଣ କରାଯିବ । ଏଆଇକୁ ବ୍ୟବହାର କରି ବିଭିନ୍ନ କ୍ଷେତ୍ର ଯେପରି ସ୍ବାସ୍ଥ୍ୟ, ଶିକ୍ଷା ଆଦିରେ ଉନ୍ନତି ଦେଖିବାକୁ ମିଳିବ । ଏଭଳି ଅନେକ ସମସ୍ୟା ମଧ୍ୟ ରହିଛି ଯାହାକୁ ଏଆଇକୁ ବ୍ୟବହାର କରି ସମାଧାନ କରାଯିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।
ଜିନ୍ ଏଡିଟିଂ
ଆସନ୍ତା ବର୍ଷ ଦୁଇଟି କ୍ଲିନିକାଲ ଟ୍ରାଏଲ ଲଞ୍ଚ କରାଯିବାକୁ ଯୋଜନା କରାଯାଇଛି, ଯେଉଁଥିରେ ପର୍ସନାଲାଇଜ୍ଡି ଜିନ୍ ଥେରାପିକୁ ସାମିଲ କରାଯିବ । ଯେଉଥିରେ ଛୋଟ ଶିଶୁଙ୍କର ଜିନ୍କୁ ପରିବର୍ତ୍ତନ କରାଯାଉ ପାରିବ । ଏହାକୁ ନେଇ ଅଧିକ ଗବେଷଣା ଜାରି ରହିଥିବାବେଳେ ବିଭିନ୍ନ ନ୍ୟାୟିକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ତେବେ ଏହି ପ୍ରକଳ୍ପ ବିଜ୍ଞାନ କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି ସମସ୍ତେ ଆଲୋଚନା କରୁଛନ୍ତି ।

ବିଭିନ୍ନ ପରୀକ୍ଷା
ସାଧାରଣ ରକ୍ତ ପରୀକ୍ଷାରୁ ବିଭିନ୍ନ ରୋଗ ସମ୍ପର୍କରେ କିଭଳି ସହଜରେ ଜାଣିହେବ ସେନେଇ ଗବେଷଣା ଜାରି ରହିଛି । ୟୁକେରେ ଏକ ରକ୍ତ ପରୀକ୍ଷାରୁ ୫୦ ପ୍ରକାରର କ୍ୟାନ୍ସର ସମ୍ପର୍କରେ ଜଣା ପଡିବ ବୋଲି ଗବେଷକମାନେ ମତ ଦେଇଛନ୍ତି, ଯାହାର ପରୀକ୍ଷଫଳ ୨୦୨୬ରେ ହିଁ ଆସିବ । ସେହିଭଳି ଏହି ପରୀକ୍ଷଣ ସଫଳ ହେଲେ ଅନେକ ଲୋକ ଉପକୃତ ହେବେ । ଛୋଟ ପରୀକ୍ଷାରୁ ଅନେକ ରୋଗ ସମ୍ପର୍କରେ ଜାଣିହେବ । ଏଥିରେ ଆହୁରି ଅନେକ ପରୀକ୍ଷା ମଧ୍ୟ ସାମିଲ ରହିଛି ।
ବଢିବ ଚନ୍ଦ୍ର ଟ୍ରାଫିକ
ଚଳିତ ବର୍ଷ ଖୁବ ଅଧିକ ମୁନ୍ ମିଶନ ଦେଖିବାକୁ ମିଳିବ । ନାସା ତରଫରୁ ଏକାଧିକ ମୁନ୍ ମିଶନ ରହିଥିବା ନେଇ ସୂଚନା ମିଳିିଛି । କେବଳ ନାସା ନୁହେଁ ଏହି ଧାଡିରେ ଚୀନ ମଧ୍ୟ ସାମିଲ ଅଛି । ଚୀନ ମଧ୍ୟ ଚନ୍ଦ୍ରକୁ ଅଗଷ୍ଟ ମାସରେ ଚେଙ୍ଗ ଇ _ ୭ ଛାଡିବାକୁ ଯୋଜନା ରଖିଛି । ଏହା ଦ୍ବାରା ସେ ଅନେକ ଗବେଷଣା କରିବାକୁ ଲକ୍ଷ ରଖିଛି ।
Related Posts



