ସିରିଆ-ଇଜିପ୍ଟର ଲୋକପ୍ରିୟ ଅଭିନେତ୍ରୀ ଅସମହନ

ସିରିଆ-ଇଜିପଫର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଥିଲେ ଅସମହନ । ଲୋକଙ୍କୁ ମନୋରଞ୍ଜିତ କରିବା ସହିତ ନିଜ ଜୀବନକୁ ବିପଦରେ ପକାଇ ଜାସୁସି କରି ସିରିଆକୁ ସୁରକ୍ଷା ଦେଇଥିଲେ । କ୍ୟାରିଅର୍‌ ଶେଷଭାଗରେ ଅସମହନ ସ୍ୱାମୀଙ୍କୁ ଛାଡିଦେଇଥିଲେ ଏବଂ ଏହାପରେ ତାଙ୍କ ଜୀବନ ରହସ୍ୟ ପାଲଟିଥିଲା । ଏହାର କିଛିଦିନ ପରେ ନଦୀରୁ ତାଙ୍କର ମୃତଦେହ ମିଳିଥିଲା । ଦୁର୍ଘଟଣା ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ବ୍ରିଟିଶ ଇଣ୍ଟେଲିଜେନ୍ସି ଦ୍ୱାରା ତାଙ୍କ ହତ୍ୟା କରାଯାଇଥିବା ସନ୍ଦେହ […]

Samaya Live Picture
Published On

ସିରିଆ-ଇଜିପଫର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଥିଲେ ଅସମହନ । ଲୋକଙ୍କୁ ମନୋରଞ୍ଜିତ କରିବା ସହିତ ନିଜ ଜୀବନକୁ ବିପଦରେ ପକାଇ ଜାସୁସି କରି ସିରିଆକୁ ସୁରକ୍ଷା ଦେଇଥିଲେ । କ୍ୟାରିଅର୍‌ ଶେଷଭାଗରେ ଅସମହନ ସ୍ୱାମୀଙ୍କୁ ଛାଡିଦେଇଥିଲେ ଏବଂ ଏହାପରେ ତାଙ୍କ ଜୀବନ ରହସ୍ୟ ପାଲଟିଥିଲା । ଏହାର କିଛିଦିନ ପରେ ନଦୀରୁ ତାଙ୍କର ମୃତଦେହ ମିଳିଥିଲା । ଦୁର୍ଘଟଣା ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ବ୍ରିଟିଶ ଇଣ୍ଟେଲିଜେନ୍ସି ଦ୍ୱାରା ତାଙ୍କ ହତ୍ୟା କରାଯାଇଥିବା ସନ୍ଦେହ ଉପୁଜିଥିଲା । ମାତ୍ର ବର୍ତ୍ତମାନ ବି ତାଙ୍କ ମୃତ୍ୟୁ ରହସ୍ୟରେ ରହିଛି । ତେବେ ଅସମହନଙ୍କ ଶେଷ ଫିଲ୍ମରେ ତାଙ୍କ ମୃତଦେହର ଦୃଶ୍ୟ ରହିଥିଲା ।
୩ ବର୍ଷ ବୟସରୁ ସେ ଗୀତ ରେକର୍ଡିଂ କରିଥିଲେ ଅସମହନ । ତାଙ୍କ ବଡଭାଇଙ୍କ ସହିତ ଅନେକ ନାଇଟ୍‌କ୍ଲବ୍‌କୁ ବି ଯାଉଥିଲେ ଗୀତ ଗାଇବାକୁ । ମାତ୍ର ୧୪ ବର୍ଷ ବୟସରେ କାୟରୋ ଅପେରା ହାଉସ୍‌ରେ ଗୀତ ଗାଇବା ପରେ ତାଙ୍କୁ ଫେମ୍‌ ମିଳିଥିଲା । ବିବାହ କରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗୀତ ଗାଇବା ପାଇଁ ମନା କରିଥିଲେ । ଯାହାଫଳରେ ସେ ତାଙ୍କୁ ଛାଡପତ୍ର ଦେଇ ପୁନଶ୍ଚ ସିଙ୍ଗିଙ୍ଗ୍‌ରେ କ୍ୟାରିଅର୍‌କୁ ଆଗକୁ ନେଇଥିଲେ । ଏହି କମ୍‌ବ୍ୟାକ୍‌ ପରେ ଇଜିପଫସିଆନ୍‌ ମୁ୍ୟଜିକ୍‌ ଇଣ୍ଡଷ୍ଟ୍ରିରେ ସେ ଖୁବ୍‌ ନାଁ କମାଇଲେ । ଯାହାପରେ ସେ ହୋଇଗଲେ ଆରବ ମୁ୍ୟଜିକ୍‌ ଇଣ୍ଡଷ୍ଟ୍ରୀର ଷ୍ଟାର୍‌ । ଆରବୀ ଗୀତକୁ େୱଷ୍ଟର୍ଣ୍ଣରେ ବଦଳାଇ ଗାଇବାରେ ତାଙ୍କର ଭିନ୍ନ ପରିଚୟ ଥିଲା । ଖୁବ୍‌ ନାଁ କମାଇବା ପରେ ସେ ସିରିଆ ଫେରି ଏକ ସିକ୍ରେଟ୍‌ ମିଶନ୍‌ରେ ଲାଗିପଡିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସିରିଆକୁ ଫ୍ରାନ୍ସ ନିଜ ଅଧୀନରେ ରଖିଥିବାବେଳେ ବ୍ରିଟିଶ ସେନା ସିରିଆକୁ ମୁକ୍ତ କରିବାକୁ ଚାହୁଁଥିଲା । ତେଣୁ ବ୍ରିଟିଶ ସେନା ଅସମହନଙ୍କୁ ଏକ ସିକ୍ରେଟ୍‌ ମିଶନ୍‌ରେ ସିରିଆ ପଠାଇଥିଲା । ଯାହାଫଳରେ ଅସମହନ ସିରିଆକୁ ମୁକ୍ତ କରାଇବାରେ ସଫଳ ହୋଇଥିଲେ । ପରେ ଇଜିପଫ ଫେରି ପୁନଶ୍ଚ ତାଙ୍କ କ୍ୟାରିଅର୍‌କୁ ବଢାଇଥିଲେ । ଇତିମଧ୍ୟରେ ତାଙ୍କ ସ୍ୱାମୀଙ୍କ ସହିତ ପୁନର୍ବିବାହ ଏବଂ ପୁନଶ୍ଚ ଛାଡପତ୍ର, ଅନେକ ଲୋକଙ୍କ ସହିତ ସମ୍ପର୍କ, ମଦ, ସିଗାରେଟ୍‌ ଆଦିର ଅଭ୍ୟାସ ପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଥିଲେ । ମାତ୍ର କ୍ୟାରିଅର୍‌ରେ ଏହାର କୌଣସି ପ୍ରଭାବ ପଡିନଥିଲା ଏବଂ ସେ ହିଟ୍‌ ପରେ ହିଟ୍‌ ଗୀତ ଗାଇଚାଲିଲେ । ଲୋକପ୍ରିୟତା କାରଣରୁ ତାଙ୍କୁ ଅନେକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଲା । ହେଲେ ଅଚାନକ ତାଙ୍କ ମୃତଦେହ ନଦୀରୁ ମିଳିଲା ଏବଂ ଏହି ମୃତଦେହକୁ ନେଇ ପ୍ରଯୋଜକମାନେ ଅଧୁରା ଫିଲ୍ମକୁ ପୂରା କରିଥିଲେ ।

Tags: