ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସଙ୍କ ଘର ଠାବ

ଇଟାଲି: ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ପୂରାତନ ସାମଗ୍ରୀ ମିଳିଥାଏ । ଇଟାଲିର ପୋମ୍ପେଇରେ ଗବେଷକଙ୍କୁ ସେହିଭଳି ଏକ ପୂରାତନ କ୍ରୀତଦାସଙ୍କ ଘର ଠାବ କରାଯାଇଛି । ଯାହା ୨୦୦୦ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ଏହି ଘରେ ଗେବଷକଙ୍କୁ ଅନେକ ପୁରୁଣା ଜିନିଷ ମିଳିଛି । ଏହି ସାମଗ୍ରୀ ଭିତରେ ତିନୋଟି ଖଟ, କିଛି ପୁରୁଣା ପାତ୍ର ମିଳିଛି । ଏଠାରେ ଏକ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏହି ସାମଗ୍ରୀ ମିଳିଛି । ପୂର୍ବରୁ […]

Samaya Live Picture
Published On

ଇଟାଲି: ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ପୂରାତନ ସାମଗ୍ରୀ ମିଳିଥାଏ । ଇଟାଲିର ପୋମ୍ପେଇରେ ଗବେଷକଙ୍କୁ ସେହିଭଳି ଏକ ପୂରାତନ କ୍ରୀତଦାସଙ୍କ ଘର ଠାବ କରାଯାଇଛି । ଯାହା ୨୦୦୦ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ଏହି ଘରେ ଗେବଷକଙ୍କୁ ଅନେକ ପୁରୁଣା ଜିନିଷ ମିଳିଛି । ଏହି ସାମଗ୍ରୀ ଭିତରେ ତିନୋଟି ଖଟ, କିଛି ପୁରୁଣା ପାତ୍ର ମିଳିଛି । ଏଠାରେ ଏକ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏହି ସାମଗ୍ରୀ ମିଳିଛି ।
ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସଙ୍କ ଘର ଠାବ
ପୂର୍ବରୁ ଏଠାରେ ଏକ ପୁରୁଣା ରୋମାନ ଘୋଡ଼ା ଗାଡି ମିଳିଥିଲା । ତେଣୁ ଏହି କ୍ରୀତଦାସମାନେ ଘୋଡ଼ା ଗାଡିର ରକ୍ଷଣାବେକ୍ଷଣ କିମ୍ବା ନିର୍ମାଣରେ ନିୟୋଜିତ ଥିବା ନେଇ ଅନୁମାନ କରାଯାଉଛି । ଏହ ବଖରାରେ ମିଳିଥିବା ଖଟରେ ଏକ ଛୋଟପିଲାଙ୍କ ଖଟ ମଧ୍ୟ ମିଳିିଛି । ଦୁଇଟି ଖଟର ଲମ୍ବା ୧.୭ ମିଟର ଥିବା ବେଳେ ଗୋଟିଏ ୧.୪ ରହିଛି । ଏହାସହ ବଖରାର ଏକ କୋଣରେ କିଛି ପାତ୍ର ମଧ୍ୟ ରହିଛି ।
ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସଙ୍କ ଘର ଠାବ
ସେହିଭଳି ମିଳିଥିବା କାଚ ବାକ୍ସରେ କିଛିଟା ଧାତୁ ଓ ଫେବ୍ରିକର ସାମଗ୍ରୀ ରହିଛି । ଯାହା ଘୋଡାଗାଡିରେ ଲାଗିଥିବା ସାମଗ୍ରୀ ବୋଲି ଅନୁମାନ କରାଯାଉଛି । ମିଳିଥିବା ଏହି ପୁରୁଣା ସାମଗ୍ରୀ ଆଗକୁ ଏଠିକାର ସଭ୍ୟତା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବ ବୋଲି ଭୂତତ୍ତ୍ୱବିତ୍‌ମାନେ ଆଶା ପ୍ରକାଶ କରିଛନ୍ତି । ପ୍ରାଥମିକ ସୂଚନାରୁ ଏଠାରେ ଏକ କ୍ରୀତଦାସ ପରିବାର ରହୁଥିବାବେଳେ ସେମାନଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୩ ।
ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସଙ୍କ ଘର ଠାବ
ଘରଟିରେ ଗୋଟିଏ ଛୋଟ ଝରକା ଥିବା ବେଳେ କାନ୍ଥରେ କୌଣସି ସାଜସଜ୍ଜାର ଚିହ୍ନ ନାହିଁ । ତେବେ ଗୋଟିଏ ଲଣ୍ଠନର ଚିହ୍ନ ରହିଥିବା ଅନୁମାନ କରାଯାଉଛି, ଯାହା କାନ୍ଥରେ ଟଙ୍ଗା ଯାଉଥିଲା । ୨୦୧୭ରୁ ପୁରୁଣା ସଭ୍ୟତା ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ପୋମ୍ପେଲିରେ ବିଭିନ୍ନ ଖନନ କାର୍ଯ୍ୟ ଚାଲୁ ରହିଛି ।